Latest Odisha News

କବିତା : ବାକିଅଛି

ସାଗରିକା ଦାସ 

ବଳକା ଯୌବନ ବୋଲି ଯାହାଅଛି
ବସନ୍ତ ଆ’ ବସନ୍ତ ଆ’ ଡାକ ଛାଡୁଛି
ତୋବିନୁ ଆଉ ଯେ ରଙ୍ଗ ନାହିଁ
ଫୁସର ଧୂସର କାଦୁଅ ମେଞ୍ଚା ଜୀବନ
ଠାଏଖସା ଠାଏନେସା ସିମେଣ୍ଟ କାନ୍ଥ
ଯାଇଛି ଜଞାଳ କାନ୍ଧେଇ ।

କେବେ ଯେ ସମୟ ମୁରୁକି ହସୁଥିଲା
ସବୁଋତୁ ସୁବାସିତ ବସନ୍ତ ଉତ୍ସବ
ଆଃ ଧୂ ଧୂ ସେ ନଈପଠାର ଦୁର୍ଗନ୍ଧ
ମେଘସୂର୍ଯ୍ୟର ଚକାଭଉଁରୀ ଛାଇରେ
ଅଜଣାଫୁଲ ବାସ ପରି ଚହକେ
ଡର କଣ?
ଭୟର ସଂଜ୍ଞା କେ ରଚିଥିଲା?
ସବୁଜ ଗୋଲାପି ମନରେ ଯାଦୁଭରା ଧରା
ସମୟ କି ଅଳସେଇ କଟୀ ଭାଙ୍ଗୁଥିଲା ।

ଧୂଳିଆ ପବନ ବି ପ୍ରେମିକ
କେବେ ଓଟାରି ନେଉଥିଲା ଅବା
କେବେ ଗୁଡାଇ ଦିଏ ପଣତ
ଆଖିବୁଜି ଆଣନିଃଶ୍ବାସୀ ମୁଁ
ଓଃ ! ବାଲି ,ବର୍ଷା ଓ ପବନ ଘର୍ଷଣେ
ବାହୁ ମେଲା ଅନନ୍ତ ଆନନ୍ଦେ
ପାହାଡି ଝରଣା କୁତୁକୁତୁ କରେ
କେବେ ସୂର୍ଯ୍ୟଙ୍କୁ ଫୁଙ୍ଗୁଳା ଦେହଢାଙ୍କେ
ଶିହରିତା ମୁଁ କୁନ୍ତୀ ବା ଅଞନା ?

ଏବେ ବସନ୍ତ ଅପେକ୍ଷାରେ
ସାରା ବର୍ଷ ଗଡିଯାଏ, ସେ ଯେବେ
ହୋଲି ରଙ୍ଗ ଉଡ଼େଇ ଆସୁଥାଏ
ବୈଶାଖଟା ଧୁମ୍ କରି ପହଞ୍ଚିଯାଏ ,
ଭୀତି ସବୁ ବାହାର ଖୋଳପା
ଛିଃ !ଇସ୍ ମାନେ ନଥାନ୍ତି ଆଦୌ
ଚାଲିତ ଗଲା ବସନ୍ତ ନଦେଇ ଧରା
ତା ଛମ୍ ଛାମ୍ ଶବ୍ଦ ଶୁଣୁ ଶୁଣୁ
ଇଡିଯାଏ ସୁଖର ପର୍ଯ୍ୟାୟ
ଧେତ ଅଜଣାରେ ବହୁବେଳ ନଷ୍ଟ ଗଲା !

Comments are closed.