Latest Odisha News

ରଣକ୍ଷେତ୍ର ପାଲଟିଲା ଶିଶୁପାଳଗଡ: ନିଶାଡିଙ୍କ ଉନ୍ମତ୍ତକାଣ୍ଡ, ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି  ।  ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ନିଶାଶକ୍ତ ବ୍ୟକ୍ତି ଗାଁରେ ପଇଁତରା ମାରିଥିଲେ। ଏବଂ ଗାଡ଼ି ସାଇଡ୍‌ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ପତିତପାବନ କ୍ଲବ ସମ୍ମୁଖରେ ଲୋକଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ।

BjdElectrycity

ହାତରେ ଖଣ୍ଡା, ଓ  ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଁରେ ଥିବା କ୍ଲବ ଘର, ଶିଶୁପାଳଗଡ଼ ଛକ ଓ ନୂଆଗାଁ ଛକରେ ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଥିଲେ  ।  ଫଳରେ ଏଥିରେ ୩ ଜଣ ଆହତ ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ରାସ୍ତାରୋକ କରିଥିଲେ ।  ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଲାଗି ରହିଥିଲା  ।ଏନେଇ ଗ୍ରାମବାସୀମାନେ ତୁରନ୍ତ ଧଉଳି ଥାନା ଅଧିକାରୀଙ୍କୁ ଜଣାଇଥିଲେ  ।  ପରେ  ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଶେଷରେ ପୋଲିସର ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Leave A Reply

Your email address will not be published.