ସତ୍ୟନାରାୟଣ ଗନ୍ତାୟତ
ସବୁଠି ବେଦୀ ସବୁଠି ଦେବୀ
ହୃଦୟର ବେଦୀ କିନ୍ତୁ ଶୂନ୍ୟ
ବାହାରେ ପୂଜିଲେ ଯେତେ ଆଡମ୍ବରେ
ଶୂନ୍ୟ ହୃଦୟ କି ହୋଇଥାଏ ପୂର୍ଣ୍ଣ ?
ଶରତ ଆକାଶ ଦିଶଇ ତୋଫା ଆଉ ତୋରା
ତା’ ତଳେ କି ଅସ୍ୱଚ୍ଛ ଲାଗେ ଆମ ଏଇ ଧରା
ନିରିମଳ କଲେ ସିନା ଆମରି ମନକୁ
ଉଭା ହେବେ ମାଆ ଆସି ପୂଜିତା ହେବାକୁ ।
ଗାଉଣା ବାଜଣା ଶୁଣାରେ ଏ ବେଳେ ହୋଇ ଉଚ୍ଛନ୍ନ
ମଣ୍ଡପେ ଥା’ନ୍ତି ମାଆ ମେଲୋଡିରେ ଥାଏ ଆମ ମନ
ଦେବୋପମ ହେବା ଛାଡ ମଣିଷ ବି ପାରିନାହୁଁ ହୋଇ
ଅନ୍ତରେ ମହିଷାସୁରକୁ ତଥାପି ରଖିଛୁ ଜୀଁଆଇ ।
ବେଦୀରେ ଶୋଭା ପାଉଛନ୍ତି ସିନା ଦେବୀ
ହେଲେ କାହିଁ ଏଠି ପୂଜା ?
ମହିଷାରୂପୀ ମଣିଷ ମେଳରେ ଯେଣୁ
ହୁଏ ମଣିଷଙ୍କ ଖୋଜା !!
“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା: ୭୬୫୦୦୧.(୯୪୩୭୯୦୯୬୭୫)
Comments are closed.