Latest Odisha News

BREAKING NEWS

ଅନୁଗୁଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳାତା । ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ । ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ଗୋଟେ ମୋଟରସାଇକେଲ, ଗୋଟିଏ ଛୁରୀ , ଗୋଟିଏ ଭୁଜାଲି ସହ ୧ ଲକ୍ଷ ୪୪ ହଜାର ଟଙ୍କା ଜବତ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଅନୁଗୁଳ ସହରରେ ଲୁଟପାତ ମଚାଇ ଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଲୁଟ କରି ଘଟଣାସ୍ଥଳରୁ ଅତି ସହଜରେ ଫେରାର ହୋଇଯାଉଥିଲା । ସେମାନଙ୍କୁ ଧରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଇଥିଲା । ତେବେ ଚଳିତ ମାସ ଗତ ୧୨ ତାରିଖରେ  ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇବା ସହ ତାଙ୍କୁ ମାଡ ମାରି ତାଙ୍କ ଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ସମେତ , ସ୍କାନର ମେସିନ ଓ ଜରୁରୀ କାଗଜପତ୍ର ମଧ୍ୟ ନେଇ ଯାଇଥିଲେ । ଏନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଥିଲେ ଫାଇନାନ୍ସ କର୍ମଚାରୀ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ କାଙ୍ଗୁଲା ଗାଁର ସୁବଳ ସେଠୀ, ମୁଷାପାପୁଲି ଗାଁର ପିଣ୍ଟୁ ବେହେରା ଓ କୃଷ୍ଣ ନାଏକ । ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ, ଗୋଟିଏ ଛୁରୀ , ଗୋଟିଏ ଭୁଜାଲି ଜବତ କରିଥିବା ବେଳେ ୧ ଲକ୍ଷ ୪୪ ହଜାର ଟଙ୍କା ଜବତ କରିଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଏସ୍ ଡି ପି ଓ ରମାକାନ୍ତ ମହାଳିକ ।

 

Leave A Reply

Your email address will not be published.