ଶୁଭ୍ରାଂଶୁ ଶେଖର ମାହୁନ୍ତ
ଶିଶିରସ୍ନାତା ନିସ୍ତବ୍ଧ ଶୀତରାତି
ଦୂର ଦିଗ୍ ବଳୟରେ
ନିଜର ଠିକଣା ହଜେଇ
ନିଜର ଲେଉଟାଣି
ଉଦଘୋଷଣା କଲାପରେ,
ତମେ ଚାଲିଆସ
ମୃଦୁମନ୍ଦ ପଦପାଦରେ
ଭରିଦେଇ ତନୁମନେ
ଅପୂର୍ବ ପୁଲକରେ ।
ସାନିଧ୍ୟର ବ୍ୟାକୁଳତାରେ
ମଗ୍ନ ମଧୁମକ୍ଷିକା
ଝୁରୁଥାଏ ସମୀରଣ,
ମଳୟର ସ୍ନିଗ୍ଧ ଜୋଛନାରେ
ହୁଏ କାହିଁ ଆନମନା
ଚଗଲା ଫଗୁଣ ।।
Comments are closed.