Latest Odisha News

କବିତା : ତୁ ସେଇ ସଜ ସ୍ବପ୍ନ

ସୁବ୍ରତ ଜେନା 

ତୁ ସେଇ ସଜ ସ୍ବପ୍ନ,
ତତେ ବାରମ୍ବାର ଦେଖିଲା ପରେ ଲାଗୁ ନୂଆ,
କେମିତିକା ସେ ପୁଲକ,
ପ୍ରତି ରାତିର କୋଳରେ ଆସି ଦେଉ ତୋ ଛୁଆଁ,
ହସି ହସାଉ କାନ୍ଦି କନ୍ଦାଉ,
ଜା ତୁ ସେମିତିକା…
ଗୋଟେ ଅବୁଝା ଚିତ୍ରକରର ଚିତ୍ର,
ସତେ ଯେମିତି ଖାଲି ତୁ ,
ଗୋଟେ ଜଟିଳ ଗଣିତର ଜଟିଳ ସୂତ୍ର,
ତୁ ଏମିତିକା ସ୍ବପ୍ନଟିଏ,
ଯେତେ ଯେତେ ମଉଳୁ ସେତେ ସେତେ ବାସ ଛୁଟେ,
ଖାସ ସେଥିଲାଗି ପ୍ରତି ରାତିରେ ଅପେକ୍ଷା ତୋରି ଲାଗି ।।

Comments are closed.