ଅନୁବାଦ କବିତା : ତୁମକୁ ଭଲପାଇ
ଜୀବନାନ୍ଦନ ଦାଶ ( ୧୮୯୯ - ୧୯୫୪) ଆଧୁନିକ ବଂଶକ କବିତାର ଜଣେ ପ୍ରଥମ ପୀଢ଼ିର ତଥା ପ୍ରଥମ ଶ୍ରେଣୀର କବି। ବରିସାଲରେ (ବର୍ତ୍ତମାନ ବାଂଲାଦେଶରେ ) ଜନ୍ମିତ ଏହି କବି ସେଠାରେ ପ୍ରାରମ୍ଭିକ ଶିକ୍ଷା ପରେ କୋଲକାତା ପ୍ରେସିଡେନ୍ସି କଲେଜରେ ଇଂରାଜୀ ସାହିତ୍ୟରେ ସ୍ନାତକ ଓ କୋଲକାତା ବିଶ୍ୱ ବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ଅଧ୍ୟାପନା କରୁଥିଲେ।ଅଳ୍ପଦିନ ପାଇଁ କୋଲକାତାର ଏକ ଦୋୖନିକ ସାମ୍ବାଦପତ୍ରର ସାହିତ୍ୟ ବିଭାଗର ସମ୍ପାଦନା ମଧ୍ୟ କରିଛନ୍ତି। ତାଙ୍କର ଅକାଳ ମୃତ୍ୟୁ ପୂର୍ବରୁ ୬ଟି କବିତା ଗ୍ରନ୍ଥ ପ୍ରକାଶିତ ହୋଇଥିଲା। ପରେ ଅଧିକ କିଛି ବହି, କିଛି ଉପନ୍ୟାସ ଓ ପ୍ରବନ୍ଧ ବହି ପ୍ରକାଶ ପାଇଛି। ୧୯୫୪ ମସିହାରେ "ଜୀବନାନନ୍ଦ ଜାଶେର" ଶ୍ରେଷ୍ଠ କବିତା ପୁସ୍ତକ ଭାବେ ଓ ବଙ୍ଗଳା ସାହିତ୍ୟର ପ୍ରଥମ ପୁସ୍ତକ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା। ୧୯୫୪ ମସିହା ଅକ୍ଟୋବର ମାସରେ ଏକ ଟ୍ରାମ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଧୁନିକ ବଙ୍ଗଳା କବିତାରେ ତାଙ୍କ ସ୍ଥାନ ଆମ ଓଡ଼ିଆ କବିତାର ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ଥାନ ସହିତ ତୁଳନୀୟ। ତାଙ୍କ ରଚିତ "ବନଲତା ସେନ " ଏକ ବହୁ ପଠିତ , ବହୁ ଚର୍ଚ୍ଚିତ , ବହୁ ଆଦୃତ ଏକ ରୋମାଣ୍ଟିକ କବିତା ।
ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ
ଆଜି ଭୋର୍ ର ଆଲୁଅରେ ଉଜ୍ଜ୍ୱଳ
ଏଇ ଜୀବନର ପଦ୍ମ ପତ୍ରର ଜଳ,
ତଥାପି ଏଇ ଜଳ ନିମିଷକ ପାଇଁ
କେଉଁଠୁ ଆସେ, କେଉଁଠିକୁ ଚାଲିଯାଏ ,
ତୁମକୁ ଭଲପାଇ ଏଇଟା ବୁଝିଛି
ରାତି ପାହିଲେ ପଦ୍ମର ପତ୍ରରେ।
ଅନେକ ଜନ୍ମ ଧରି ମୋ ମନରେ ଥିଲା ବ୍ୟଥା
ସେଇଟା ବୁଝିପାରି ଏ ଜନ୍ମରେ
ତୁମେ ହେଲ ପଦ୍ମପତ୍ର
ହେଲ ତୁମେ ରାତିର ଶିଶିର
ଶିଶିର ଝରାର ସ୍ଵର
ସାରା ରାତି ପଦ୍ମପତ୍ରରେ
ଧରି ରଖିବା କଷ୍ଟକର ।
ଚିରନ୍ତନ ପ୍ରେମର ବାସନା ତଥାପି ଚଞ୍ଚଳ
ପଦ୍ମପତ୍ରରେ ତୁମ ଜଳ ସହ
ମିଶି ହେଲି ଜଳ ,
ତୁମ ଆଲୋକ ରେ ହେଲି ଆଲୋକିତ
ତୁମ ଗୁଣରେ ହେଲି ଗୁଣବନ୍ତ ,
ଅନନ୍ତ କାଳ ଚିରଦିନ ପ୍ରେମର ଆଶ୍ଵାସନାର
କରୁଣ ଜୀବନଟା ତଥାପି ହାୟ ସେ କ୍ଷଣସ୍ଥାୟୀ ।
ତେବେବି ବୁଝିଛି ଏକ ଛୋଟ ସତ୍ୟ ଏଇ ଜୀବନର ପଦ୍ମପତ୍ର ରେ ମିଳନ ତୁମର ଓ ମୋର।
ନୀଳ ଆକାଶ, ଏଇ ପୃଥିବୀ ଏତେ ମଧୁର , ଖରା ଝଲ୍ ମଲ୍ ।
ପଦ୍ମପତ୍ର ଜଳ ନେଇ ତାର
ଟାଣେ ତାର ଜଳ ତା ନିଜର ନାଡ
ସରିଯାଏ ପଦ୍ମପତ୍ରରେ ଜଳ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.