Latest Odisha News

ସନେଟ୍ : ମାଆ

ବିଦ୍ୟାଧର ପଣ୍ଡା

ମାଆ ଏକ ଚଞ୍ଚଳ ଚିରସ୍ରୋତା ଝରଣା
ମମତାବୋଳା ରାଗିଣୀର ଅପୂର୍ବ ମୂର୍ଚ୍ଛନା
ମାଆ ଅନାବିଳ ଶ୍ରଦ୍ଧାର ମଧୁର ସମ୍ବୋଧନ
ମା’ଡାକରେ କେତେ ସ୍ନେହ ଆଉ ସମ୍ମୋହନ।

ମାଆ ଏକ ଶୀର୍ଣ୍ଣକାୟା ନଦୀର ନମ୍ର ଧାର
କାହାକୁ ନ ଚାହିଁ ଆଗକୁ ବଢେ ନିରନ୍ତର।
ମାଆ ଏକ ପାଞ୍ଜି ଯା’ର ସବୁ ଶୁଦ୍ଧ କାଳ
ଅମୃତ ବାଣ୍ଟି ବାଣ୍ଟି ଯେ’ ଗିଳେ ବିଷଫଳ।

ମାଆ ଅନାବିଳ ପ୍ରୀତିଭରା ଶକ୍ତ ସିନ୍ଧୁକ
ସନ୍ତାନର ସୁଖ ପାଇଁ ପଡେ ସିଏ ବନ୍ଧକ।
ମାଆ ମନ ଏକ ଛନଛନ କ‌ଅଁଳ ବାଛୁରୀ
ପିଲାଙ୍କ ସୁରକ୍ଷା ପାଇଁ ନିଏ ବିପଦକୁ ବରି।

ମାଆ ଏକ ମହାକାଶ, ସ୍ବହସ୍ତ ନିର୍ମିତ
ଅମ୍ଲାନ ଅଦମ୍ୟ ସଦା ଭାସ୍କର ଉଦିତ।

Comments are closed.