Latest Odisha News

BREAKING NEWS

Browsing Category

ସନେଟ

ସନେଟ : ସପନ ସଞ୍ଜରେ

ଅଞ୍ଜଳି ଗିରି ଆଶାୟୀ ହୃଦୟେ ରାତ୍ରି ଅଗଣାରେ ଚିକିମିକି ତାରାଫୁଲ, ପ୍ରୀତି ପ୍ରଣୟରେ ବିରହ ଦୀପକ ସାଜିଣ ମାଗନ୍ତି ମୂଲ । ବହଳ ଚାନ୍ଦିନୀ ବିଞ୍ଚିଦେଇ ଜହ୍ମ ଜଗାଏ ମହୁଲି ନିଶା, କିଛି କିଛି ସ୍ବପ୍ନ ଆବେଗ ଉଛ୍ୱ।ସ ବଖାଣିଲେ ହୃଦ ଭାଷା ।। ଶାନ୍ତ ସମୀରଣ ଜାଗେ ଶିହରଣ ମଉଳା ମନକୁ…

ସନେଟ : ମୋ ଗାଁ

ରବି ପଣ୍ଡା ଯୋଉଠି ଥାପିଲେ ପାଦ, ପାଦତଳୁ ଓ ‘ ବୋଲି କାହାର ଏ ସ୍ୱର ଶୁଣାଯାଏ, ଚାପି ହେଇ ରହିଚି ସେ କେଉଁ ଦିନୁ ହଜିଗଲା ପରି। ଚିହ୍ନା ଚିହ୍ନା ଲାଗେ ଖୁବ୍ ଯେମିତିକି, ମୁଁ ତା’ର ଅତି ଆପଣାର ମୁଁ ସିନା ଭୁଲିଛି ତାକୁ, ସେ କିନ୍ତୁ ରହିଚି ଏଠି ଯେତେସବୁ ସ୍ମୁତିକୁ ଆବୋରି। ସେ…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ସନେଟ : ତୁମେ କି ଆସୁଛ

ରଞ୍ଜିତା ହୋତା ତୁମେ କି ଆସୁଛ ଶୁଭ୍ର ଶରତେ କାଶ ଫୁଲ ହାସ ନେଇ? କାସାରେ କାସାରେ ଫୁଟେ କୁମୁଦିନୀ, ତବ ଆଗମନ ପାଇଁ ଗଙ୍ଗଶିଉଳି ବୁକୁରେ ବୁକୁରେ, ମୁଗ୍ଧ ମହକ ଭରା, ଆଦ୍ୟ ଶିଶିର ସ୍ୱଚ୍ଛ, ଶୀତଳ,ମଧୁର ପୀୟୂଷ ବୋଳା। ଦୁଆରେ ଦୁଆରେ ଦ୍ଵେଷର କାଳିମା, ଅହମିକା କଳା ଛାଇ,…

ସନେଟ : ଆଉ ଥରେ ମନା

ଅନୀତା ପାଣି ଶ୍ରାବଣର ଶେଷେ ଧୋଇ ନେଲା ଯେତେ ସୁଖର ସୁରଭି ବାସ, ଆଖିରେ ଆଖିଏ ଭରିଥିଲି ଯେତେ ସପନର ଅଭିଳାଷ । ଭାଗ କରିଦେଲା ଅଯୋଡା ଅକ୍ଷର ଆଦ୍ୟ ଅନ୍ତ ସୀମାରେଖା, ଆର ଶ୍ରାବଣରେ ଶ୍ରାବିତ ନୟନ ଏମିତି ପଡିବ ସୁଖା । ମନା ଆଉ ଥରେ ଖୋଜିବା ସପନେ ଉଜୁଡା ମରମ ମୂଲ, ମନା ଆଉ ଥରେ…

ସନେଟ : ଅଷ୍ଟପ୍ରହରୀ

କାମଦେବ ମହାରଣା ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ। ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ…

ସନେଟ : ଭୋକ

ରବି ପଣ୍ଡା ଆକାଶେ ନିଦାଘ ଖରା, ମାଟିରେ ବି ନିଆଁ ପରି ତାତି ପବନ ବି ଧରିବସେ ଅତିରିକ୍ତ ଡହକର ଢେଉ ନିଆଁର ନିଆରା ଥାଟ୍ଟେ ପ୍ରୁଥିବୀଟା ଜଳୁଛି ଯେମିତି ତା’ ସହିତ ଭୋକ ଜଳେ, ଜଳାଏ ତା’ ହୁତାଶନ ଦାଉ। ମୋ’ ଭୋକକୁ ତୁଲାଇବା ଲାଗି,ଦେଖ, ୟେ’ ପଇଡ, ଆଣିଛି ହାଡୁଆ କାନ୍ଧରେ ବୋହି,…

ସନେଟ : ବଧୂ

ରବି ପଣ୍ଡା  ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ। ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…

ସନେଟ : ସମୁଦ୍ର

ରବି ପଣ୍ଡା  ତମେ ନୀ, ମୁଁ' ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା 'ଚଳପ୍ରଚଳ ବିଚଳିତ ମନ ଯା'ର, ସେ'କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ! କଅଣ କରିବି କୁହ, ଯେତେ…

ସନେଟ : ନୀରବତା

ରଞ୍ଜିତା ରାଣୀ ହୋତା ତୁମ ନୀରବତା କାଳେକାଳେ ନୀଳ ସାଗର ଉର୍ମି ସମ, ବାରବାର ଆସି ମଥା ପିଟିଯାଏ ହୃଦ ଉପକୂଳ ମମ । ଶବ୍ଦହୀନ ସେ ଓଠର ନିବୁଜ ଭୀରୁ କମ୍ପନ ସାଥେ, କେତେ ଅପାଶୋରା , ଅୟୁତ ଅଲିଭା କଥା ନ କହିଛ ମତେ। ଆନତ ଆନନେ ଅଭିମାନ ରେଖା ଆଙ୍କି ଆସିଛ ଯେବେ ଆୟତ ମୋହର ନୟନ…