ରବି ପଣ୍ଡା
ଆକାଶେ ନିଦାଘ ଖରା, ମାଟିରେ ବି ନିଆଁ ପରି ତାତି
ପବନ ବି ଧରିବସେ ଅତିରିକ୍ତ ଡହକର ଢେଉ
ନିଆଁର ନିଆରା ଥାଟ୍ଟେ ପ୍ରୁଥିବୀଟା ଜଳୁଛି ଯେମିତି
ତା’ ସହିତ ଭୋକ ଜଳେ, ଜଳାଏ ତା’ ହୁତାଶନ ଦାଉ।
ମୋ’ ଭୋକକୁ ତୁଲାଇବା ଲାଗି,ଦେଖ, ୟେ’ ପଇଡ, ଆଣିଛି
ହାଡୁଆ କାନ୍ଧରେ ବୋହି, ତୁମଶୋଷ ମେଣ୍ଟେଇବା ପାଇଁ
ତୁମେ ସତେ କେତେ ବେଦରଦୀ ! ମୋତେ କିଆଁ କରିଦିଅ
ବୋତଲରେ ଭର୍ତ୍ତି ସେଇ କେମିକାଲ ପାଣି ଟିକେ ପାଇଁ।
ଛୁଆଟା ଶୋଇଛି ଦେଖ, ଭୋକରେ ତା’ ପେଟ ପଶିଯାଏ
ଭରସା କରିଛି ଭାତ, ବାପା ତାର ଆଣିଦେବ କିଣି
ସେ’କି ଜାଣେ, ଆଡ ଆଖେ ଚାହାଁନ୍ତିନି କେହି ବୋଲି କେହି
ପଇଡ, ପଇଡ ଡାକି, ବାପ ତାର ଭୁଶୁଡ଼ି ଗଲାଣି!
ବଡ଼ ଭୟଙ୍କର ଦୃଶ୍ୟ , ଛାତିଥରା ଭୋକର ଭୂଗୋଳ
କେମିତି ସହିବ ଛାତି! ସାକ୍ଷୀ ଥାଉ କ୍ରୁର ମହାକାଳ।
କପିଳ ପ୍ରସାଦ, ଭୁବନେଶ୍ୱର
Comments are closed.