ରବି ପଣ୍ଡା
ପାର୍ବଣର ପରମ ଆରାଧ୍ୟା, ମା’ଦୁର୍ଗା ଦୁର୍ଗତି ନାଶିନୀ
ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ
ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ
ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ।
ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ
ଶିଶିର ଭିଜା ସକାଳ, କୁସୁମିତା ପବିତ୍ରା ପବିତ୍ରା
କମନୀୟା କଇଁ, କମଳିନୀ, ସ୍ୱଚ୍ଛ ଦିଶେ ସରସୀର ଜଳ
ବର୍ଣ୍ଣୋତ୍ସବେ ବିଭୂଷିତା ,ଦେବୀଙ୍କର ଆରମ୍ଭିଛି ଅଭିଷେକ ଯାତ୍ରା।
ଘଣ୍ଟ ଘଣ୍ଟା ମର୍ଦ୍ଦଳ ମହୁରୀ ତୂରୀ ଭେରୀ ଢୋଲ ଓ ମହୁରୀ
ଶୁଭଶଙ୍ଖ ବାଜୁ ଅଛି, ଶୁଭାଯାଏ ସ୍ତ୍ରୋତ୍ର, ମହାପୂଜା ମନ୍ତ୍ର
ଜଳୁଚି ଅଖଣ୍ଡ ଦୀପ, ବାସ୍ନାମୟ କରେ ଧୂପ ଝୁଣାର ପସରା
ଦେବୀଙ୍କର ଅବସ୍ଥାନ କାଳେ, ଝଲକ ସର୍ବତ୍ର।
ଏମିତି ଏ ମହାର୍ଘ ମୁହୂର୍ତ୍ତେ, ମାଆଠାରେ ରହୁ ଏ ପ୍ରାର୍ଥନା
ଆସୁରିକ ପ୍ରବ୍ରୁତ୍ତିର ଅବସାନ ହୋଇ, ଜାଗିଉଠୁ ସ୍ୱର୍ଗୀୟ ଚେତନା।
Comments are closed.