ବନ୍ଦିତା ଦାଶ
ଜୀବନରେ ତୁ ଆଉ କେତେ
ଖେଳିବୁ ମୋ’ ସାଙ୍ଗେ
ପଛକଥା ଆଜି ମନେପଡେ ଯେତେ
ସ୍ବପ୍ନରେ ଭାସିବାକୁ ଭଲଲାଗେ ସେତେ
ଉଦାସିଆ ସଞ୍ଜ
ଉନ୍ନିଦ୍ର ଅନ୍ଧାରରୁ
ମାଗିଆଣେ ନୂଆ ସକାଳକୁ… ।
ସେ ସକାଳ ନୀଳ ପଦ୍ମରେ ସଜ୍ଜିତା
ମହମହ ବାସ୍ନାୟିତ
ଦେଉଥିବ ଆଶାର ବାରତା
ବିଭୋର ମୁହୂର୍ତ୍ତ
ଧନ୍ୟ ମଣି ନିଜକୁ କହିବି
ପଙ୍କ ନୁହେଁ ପରାଗ
ଅଶ୍ରୁ ନୁହେଁ ଅମୃତରେ
ସ୍ନାତ ଏ ଜଗତ….
ତମାମ ଜୀବନ ଖାଲି ପରୀକ୍ଷା ପରୀକ୍ଷା
ଦେବାକୁ ପଡେ ବାରବାର
ପାଶୋରିକି ବିଫଳତା ଅବା ସଫଳତା
ଧିରେଧିରେ ଆଗେଇବା କଥା… ।
ସମୟଟା ନିଜେ ଖେଳେ ଆପଣା ସାଥିରେ
ଆମେଚାଲୁ ତାକୁ ପଛକରି ନିର୍ବିକାରେ
ଅତୀତ ଯାଇଚି
ଅଛି ବର୍ତ୍ତମାନ
ଭବିଷ୍ୟତ ଅନାଗତ
ନଭାବି ମନରେ କିଛି
ଆଶା ଦୀପ ଜଳାଇ ବସିଛି …
ନୀଳାଭ ଆଲୋକ
ଦେଖ ଆଖିରେ ପିନ୍ଧିଚି
ସବୁ ମୋ’ ମୁଠାରେ ଏବେ
ମନ ତ କହୁଚି ।
କାଂଶବାହାଲ, ସୁନ୍ଦରଗଡ
Comments are closed.