Latest Odisha News

BREAKING NEWS

କବିତା : ମାଟିର ମାଧୁର୍ଯ୍ୟ

ବାସନ୍ତୀ ବାରିକ୍ 

ସୁନୀଳ-ଆକାଶ ତଳେ ଧୂସର-ଧରଣୀ କୋଳେ,
ଅରଣ୍ୟ,ପର୍ବତ ଶୋହେ, ସାଗର,ଝରଣା ବହେ,
ପ୍ରକୃତିର ପ୍ରୀତିମୟ ଶୋଭା।
ସବୁଜ ଶ୍ୟାମଳ-କ୍ଷେତ, ମାଟିର-ମଧୁ ପଣତ,
ଧରଣୀର ରମଣୀୟ-ବିଭା।

ସୃଷ୍ଟିର ଚାରୁ-ସମ୍ଭାର ସୌନ୍ଦର୍ଯ୍ୟର ଗନ୍ତାଘର,
ସ୍ବପ୍ନଭରା-ନିଶିଥିନି ଜୋଛନା-ଝରା ଯାମିନୀ,
ପ୍ରାଣମୁଗ୍ଧ ପ୍ରକୃତି-ବୈଚିତ୍ର।
ଶାଶ୍ୱତ-ପବିତ୍ର ଧରା ସର୍ବଂସହା -ବସୁନ୍ଧରା
ସୁଷମାର ସୌମ୍ୟ-ମାନଚିତ୍ର।

ବୃକ୍ଷ,ଲତା ବିଭୂଷିତା ପୁଷ୍ପ-ପଲ୍ଲବେ ଶୋଭିତା,
ଗିରି,ଶିଳା ଶୈବାଳିନୀ ନଦୀ,ବନ,ନିର୍ଝରିଣୀ,
ସୁଧାମୟ-ମନ୍ଦାକିନୀ ଧାରା।
ବିଲ,ପାଟ,ତୋଟାମାଳ, ହ୍ରଦ,ସରିତ,ସାଗର,
ମଧୁମତୀ ମୁଗ୍ଧ-ବସୁନ୍ଧରା।

ଵୈବଭ-ପ୍ରାଚୁର୍ଯ୍ୟଭରା ରତ୍ନ-ବୈଦୁର୍ଯ୍ୟ ପସରା,
କଳା-ଭାସ୍କର୍ଯ୍ୟ ସମ୍ପନ୍ନ ସର୍ବ-ଧର୍ମ ସଂସ୍ଥାପନ,
ଧରିତ୍ରୀର ଧୈର୍ଯ୍ୟଶୀଳ -ରୂପ।
ଅନ୍ତରଙ୍ଗ-ଅନୁରାଗ ମମତା ସ୍ନେହ- ସରାଗ,
ମର୍ତ୍ତ୍ୟ-ପୁରେ ସ୍ୱର୍ଗର ସ୍ୱରୂପ।

 

ବାସ-ଶ୍ରେୟା
୭୫-ବି.ଡି.ଏ.କଲୋନୀ, ଫେଜ୍-୧,ପୋଖରୀପୁଟ,
ଭୁବନେଶ୍ୱର-୨୦,ଫୋନ୍-୬୩୭୨୦ ୮୪୭୧୫।

Leave A Reply

Your email address will not be published.