Latest Odisha News

କବିତା : ମଳୟ ପରଶେ

ବିଳାସିନୀ ପୃଷ୍ଟି

ଫୁଲେଇ ଫଗୁଣ ସାଥିରେ ଆଣିଛି
ମଳୟ ପରଶ ଛିଟା
ଆମ୍ବ ବଉଳର ବାସ ଭାସି ଆସେ
କୋଇଲି କରୁଛି ଥଟ୍ଟା ।

ରହି ରହି ଗାଏ ମଧୁର ସଙ୍ଗୀତ
ମତୁଆଲା ଭରା ହୋଇ
ପ୍ରେମ ସମ୍ପର୍କକୁ ସୁଦୃଢ କରଇ
ଜଗତେ ବାରତ୍ତା ଦେଇ ।

ରଙ୍ଗ ବେରଙ୍ଗର ଫୁଲ ଫୁଟିଅଛି
ପ୍ରକୃତି ରାଣୀ ବିଭୋର
ସାତ ରଙ୍ଗେ ରାଧା ରଙ୍ଗେଇ ହୁଅନ୍ତି
କାହ୍ନୁ ପ୍ରେମରେ ଅଧିର।

ପ୍ରକୃତି ପୁରୁଷ ମିଳନ ସଂଯୋଗେ
ହସି ଉଠଇ ଧରଣୀ
ମଧୁମଖି ଗୁଣୁ ଗୁଣୁ ସ୍ୱରେ କହେ
ଫୁଲେଇ ଫଗୁଣ ରାଣୀ।

ହୋଲିର ଅଭିର ମଳୟ ପରଶ
ଫୁଲରେ ବସନ୍ତ ଛିଟା
ପ୍ରେମ ପିଆଲାରେ ମଦିରା ଭରିଛି
ବସନ୍ତ ମଧୁଠୁ ମିଠା ।

ଭୁବନ, ଢେଙ୍କାନାଳ

Comments are closed.