Latest Odisha News

କବିତା : ମୁଁ

ଡମ୍ବରୁଧର ବେହେରା

କାହା ପାଇଁ ଆଜି ମୁଁ କ’ଣ ?

କାହା ପାଇଁ ଅଦିନିଆ ଝଡ
କାହା ପାଇଁ ତତଲା କୋହର ପାହାଡ଼
ତଥାପି ବଞ୍ଚିବାକୁ ହେବ ମୋତେ
ଖଟିଖିଆ ମଜୁରୀଆ
ଖାଲି ଥିବା ଭାତ ହାଣ୍ଡିକୁ
ଦେଖି ଦେଖି
ଗରୀବର ହାଣ୍ଡିଶାଳେ
ସହରର ମାଲିକଙ୍କୁ ଦେଖି
ସେମାନଙ୍କ ସୁସ୍ୱାଦୁ ଖାଦ୍ୟର
ମହ ମହ ମହକକୁ ଶୁଙ୍ଘି ଶୁଙ୍ଘି
ଘରଣୀ ଆଖିରୁ ଝରୁଥିବା
ଲୁହ ପୋଛି ପୋଛି
ମୋ ରକ୍ତରେ ଗଢା
ଛୁଆଙ୍କ କ୍ରନ୍ଦନ ଶୁଣି ଶୁଣି
ଶଯ୍ୟାଶାୟୀ ବାପାଙ୍କ
ଯନ୍ତ୍ରଣାକୁ ଦେଖି ଦେଖି
ମୋ ଇଚ୍ଛାର ଶିକୁଳିକୁ

ଅନ୍ଧାରର ପ୍ରତିଟି ମୁହୂର୍ତ୍ତରେ
ଅଣ୍ଡାଳି ଅଣ୍ଡାଳି
ପାପ ଆଉ ପୁଣ୍ୟର
ବିଚାର କରି କରି
ମିଶାଣ,ଗୁଣନ
ଫେଡାଣ,ହରଣ
ଭାଜ୍ୟ,ଭାଜଳ
ଭାଗଫଳ, ଭଗଶେଷ
ଜୀବନର ମାନେ ଭାବି ଭାବି
କାହା ପାଇଁ ଆଜି ମୁଁ କ’ଣ ?

ସୁରଳ (ଗଞ୍ଜାମ)
ସମ୍ପର୍କ :୯୪୩୭୭୮୮୪୬୪

Comments are closed.