Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

BjdElectrycity

ରାତିପାହି ନଥିଲା ,ଭୋର ପାଞ୍ଚଟା ବାଜିଲା । ଆସ୍ଥା ଉପବନ ଭିତରେ ହଜି ଯାଇଥିଲା ! ପିଲାମାନେ ସନ୍ଧ୍ୟା ବେଳୁ ଶୋଇପଡିଥିଲେ ତେଣୁ ଶିଘ୍ର ଉଠି ପଢି ବସି ପଡିଲେଣି । ସମ୍ଭବ ରହି ରହି ମନେ ପଡୁଛନ୍ତି ,କଣ କରୁଥିବେ କେଜାଣି ! ବୋଧେ ଶୋଇଥିବେ ,ପରେ କଲ୍ କରି ଭଲମନ୍ଦ ବୁଝିନେବ ,ମନେ ମନେ କଥା ହଉଚି ସେ ।

ଏତିକି ବେଳକୁ ଘଣ୍ଟାରେ ସମୟ ସାତଟା । ପିଲାଙ୍କର ଘୋଷା ପାଠ ସାରିଯାଇଥିଲା । ଆସ୍ଥା ପିଲାଙ୍କୁ ଉପବନ ଭିତରକୁ ଆସିବାକୁ ନିର୍ଦ୍ଦେଶ ଦେଲା । ପିଲାଙ୍କୁ ବଗିଚା କାମ କରିବାକୁ କହି ନିଜେ ଘାସ ବାଛିବାକୁ ଆରମ୍ଭ କଲା । ସ୍ୱୟଂ ଆଉ ସ୍ୱାହା ବି ବେଶ୍ ଖୁସି ମନରେ ଘାସ ବାଛିବା, ଶୁଖିଲା ପତ୍ର ଗୁଡ଼ିକ ଗଛ ତଳୁ ବାହାର କରିବା, ପାଣି ଦେବା ଆଦି ସବୁ କାମ କରୁଥିଲେ ! ବଗିଚାଟି ଆଗ ଅପେକ୍ଷା ଆହୁରି ମନଲୋଭା ଦିଶୁଥିଲା ! ଆସ୍ଥା ସ୍ନେହରେ ମୋର ହୀରା-ନୀଳା ଯୋଡିଏ କହି କୁଣ୍ଢେଇ ପକାଇଲା ! ଖୁସିରେ ଆଖି ଛଳ ଛଳ ହୋଇ ଯାଉଥିଲା ତାର ! ଏଥର ଆମେ ଏଠି ସୁବିଧା ଦେଖି ଅଧ ଘଣ୍ଟାଏ ହେଉ କି ଘଣ୍ଟାଏ ହଉ ସମୟ ବାହାର କରି ୟାକୁ(ବଗିଚା)କୁ ଦେବା ହେଲା ପିଲେ । ପିଲାମାନେ ବି ଖୁସି ରେ ଇଏସ ମାମା କହି ଆସ୍ଥାକୁ ଦୁଇ ଗାଲରେ ଦିଇଟା କିସି ଦେଇଦେଲେ ! ସ୍କୁଲ ଟାଇମ ହେଇଗଲା ପିଲାମାନେ ରେଡି ହୋଇ ସ୍କୁଲ ଚାଲିଗଲେ ।

ଘର ଟା ଆଜି ବେଶି ଖାଁ ଖାଁ ଲାଗୁଛି । ମନ ଟା ବି ଭାରି ଭାରି ଲାଗୁଛି ।ସମ୍ଭବ ବି ଫୋନ ଉଠାଉ ନାହାନ୍ତି ! କଣ ଆଉ ଅସୁବିଧା ହେଲାକି ଏମିତି ୟାଡୁ ସ୍ୟାଡୁ କଥା ମୁଣ୍ଡରେ ପୁରେଇ ଆଉ ରାତି ଅନିଦ୍ରା ପାଇଁ ମୁଣ୍ଡଟା ବି ଭାରି ଭାରି ଲାଗୁଛି ! ଟିଫିନ ଟିକେ କରି ସାରିଡନ୍ ଟାବ୍ଲେଟ ନେଇ ଅଳ୍ପ ସମୟ ପାଇଁ ନିଦରେ ଶୋଇବାକୁ ଚେଷ୍ଟା କଲା ଆସ୍ଥା , କିଛି ସମୟ ପାଇଁ ଛାଇ ନିଦ ମଧ୍ୟ ଟିକେ ଲାଗିଯାଇଥିଲା । ହଠାତ୍ ଫୋନ ରିଂ ରେ ନିଦ ଭାଙ୍ଗିଗଲା ……!

 

କ୍ରମଶଃ

Leave A Reply

Your email address will not be published.