Latest Odisha News

BREAKING NEWS

କବିତା : ମାଟିଘୋଡ଼ା

ଗଦାଧର ସାହୁ 

ମାଟି ପୋଡି ମାଟି
ଘୋଡା ଗଢ଼ିଥିଲି
ସେନେହ ମମତା ଭରି,
ଘୋଡା ଭାଙ୍ଗିଗଲା
ହୃଦୟ ଭାଙ୍ଗିଲା
ଘୋଡା ନଆସିଲା ଫେରି ।

ରକ୍ତ ମାଂସ ହାଡ
ଶରୀର କାନ୍ଦିଲା
ମାଟି ପୋଡା ଘୋଡା ପାଇଁ,
ରକ୍ତ ମାଂସ ହାଡ
ଘୋଡାର ନଥିଲା
ମନ କାନ୍ଦି ଝୁରୁଥାଇ ।

ସେନେହ ମମତା
ଯହିଁ ବନ୍ଧା ଥିବ
ତାପାଇଁ ମନ କାନ୍ଦିବ,
ଘୋଡା ପରି ଦିନେ
ଭାଙ୍ଗିବ ପୋଡିବ
ଏ ଶରୀର ମାଟି ହେବ ।

ଭଙ୍ଗା ଘୋଡା ପାଇଁ
ଯେଭଳି କାନ୍ଦୁଛ
ଏ ଘୋଡା ମଲେ କାନ୍ଦିବ,
ମାଟି ଭାବି ତାକୁ
ଆଗ ପୋଡି ଥିଲ
ଏ ଘୋଡା ପଛେ ପୋଡିବ ।

ବ୍ରହ୍ମଗିରି,ପୁରୀ

Leave A Reply

Your email address will not be published.