Latest Odisha News

ଅନେକ ରୋଗରୁ ମୁକ୍ତି ଦିଏ ଏହି ପତ୍ର, ଜାଣନ୍ତୁ ଏହି ପତ୍ରର ଉପକାରିତା…

ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ । ପିଜୁଳି ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ପିଜୁଳିଠାରୁ ମଧ୍ୟ ଅଧିକ ଉପଯୋଗୀ । ପିଜୁଳି ପତ୍ରର ଔଷଧୀୟଗୁଣ ଯୋଗୁଁ ଏହାକୁ ଅନେକ ଚା’ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି ।

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେତେବଳେ ପିଜୁଳି କଥା ମନେପଡେ ସେତେବେଳେ ତା’ ସ୍ୱାଦକୁ ନେଇ ଚର୍ଚ୍ଚା ହୋଇଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ । ପିଜୁଳି ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ପିଜୁଳିଠାରୁ ମଧ୍ୟ ଅଧିକ ଉପଯୋଗୀ । ପିଜୁଳି ପତ୍ରର ଔଷଧୀୟଗୁଣ ଯୋଗୁଁ ଏହାକୁ ଅନେକ ଚା’ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପିଜୁଳି ପତ୍ରର ଫାଇଦା ।

BjdElectrycity

ପିଜୁଳି ଖାଇବା ଦ୍ଵାରା ରକ୍ତ ହୀନତା ରୋଗ ମଧ୍ୟ ଦୂର ହୁଏ ଏବଂ କୋଷ୍ଠକାଠିନ୍ୟ ମଧ୍ୟ ପିଜୁଳି ଦୂର କରିଥାଏ । ବୟସ ବଢିଲେ ଲୋକଙ୍କ ଥଣ୍ଡା କାଶ ଆଦି ଲାଗି ରୁହେ, ପିଜୁଳି ଖାଇବା ଦ୍ଵାରା ତାହା ମଧ୍ୟ ଠିକ୍ ହୋଇଯିବ । ବୟସ୍କ ଲୋକମାନଙ୍କୁ ପିଜୁଳି ଖୁବ୍ ବଳ ଯୋଗାଇଥାଏ ଓ ସେମାନଙ୍କ ରକ୍ତ ମଧ୍ୟ ବୃଦ୍ଧି କରେ । ପିଜୁଳି ଛୋଟ ପିଲା ମାନଙ୍କର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ପିଜୁଳିକୁ କଳା ଲୁଣ ସହ ଖାଇଲେ ଏହା ଅଜୀର୍ଣ୍ଣତା ମଧ୍ୟ ଠିକ୍ କରେ ଓ କଫ ଦୋଷ ମଧ୍ୟ ଦୂର କରେ ।

କେବଳ ପିଜୁଳି ନୁହେଁ ଏହାର ପତ୍ର ମଧ୍ୟ ଖୁବ୍ ଗୁଣକାରୀ ଅଟେ । ଏଥିରେ ମଧ୍ୟ ଅନେକ ଭିଟାମିନ ସବୁ ରହିଛି । ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡାଣ୍ଡ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ରହିଛି । ପିଜୁଳି ପତ୍ରର ରସ କିମ୍ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚାହା ଆମ ତ୍ଵଚା, କେଶ ଓ ସ୍ଵାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ଅଟେ । ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ରାତିରେ କ୍ଷୀର ସହ ସିଝାଇ ପିଇଲେ ଭଲ ନିଦ୍ରା ହୋଇଥାଏ । ଛୋଟ ପିଲାଙ୍କୁ ତରଳ ଝାଡ଼ା ହେଉଥିଲେ ପିଜୁଳି ପତ୍ରକୁ ବାଟି ତା ରସ ପିଲାଙ୍କୁ ପିଇବାକୁ ଦେଲେ ସେମାନଙ୍କ ଝାଡ଼ା ମଧ୍ୟ ଭଲ ହୋଇଯାଏ ।

ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭାବେ କାର୍ଯ୍ୟ କରେ । ରକ୍ତରେ ବଢୁଥିବା ଶର୍କରା ଭାଗକୁ କମ୍ କରିବାରେ ବା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଏହି ଚାହା ଆମ କୋଲେଷ୍ଟରୋଲ୍ ସ୍ତରକୁ ମଧ୍ୟ କମ୍ କରେ ଓ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଫଳରେ ଆମ ହୃତପିଣ୍ଡ ସୁସ୍ଥ ରହେ । ପିଜୁଳି ପତ୍ରକୁ ଚୋବାଇ ଖାଇଲେ ପେଟରେ ଥିବା କୃମି ମଧ୍ୟ ନଷ୍ଟ ହୋଇଯାନ୍ତି ଓ ପାଚନ କ୍ରିୟା ମଧ୍ୟ ମଜବୁତ୍ ହୋଇଥାଏ । ପିଜୁଳି ଗଛର କଅଁଳିଆ ପତ୍ରକୁ ବାଟି କପାଳରେ ଲଗାଇଲେ ଏହା ମୁଣ୍ଡ ବିନ୍ଧା ରୋଗ ଭଲ କରେ । ପିଜୁଳି ଖାଇଲେ ଥଣ୍ଡା ହୁଏ ବୋଲି ଲୋକଙ୍କ ଏକ ଭୁଲ୍ ଧାରଣା ରହିଛି । ମାତ୍ର ଏହା ଆବାଳ ବୃଦ୍ଧ ବନିତା ସମସ୍ତେ ଆହାର କରି ପାରିବେ । ମାତ୍ର ସଠିକ୍ ମାତ୍ରାରେ ହିଁ ଖାଆନ୍ତୁ । ବାରମ୍ବାର ଥଣ୍ଡା କାଶରେ ପଡୁଥିଲେ କଳା ଲୁଣ ସହ ଏହା ସଠିକ୍ ମାତ୍ରାରେ ଭୋଜନ କଲେ ପିଜୁଳି ଥଣ୍ଡା, ନିମୋନିଆ ଆଦି ଭଲ କରି ଦିଏ ।

Leave A Reply

Your email address will not be published.