Latest Odisha News

କବିତା : ମାଆ

ମଞ୍ଜୁଲତା ସାହୁ 

ଶକ୍ତି ପ୍ରଦାୟିନୀ ରିପୁ ନାଶିନୀ ମାଆ
ଆସୁଥିଲ ଆସୁଥିବ,
ଆବାହନୀରେ ତା ଚୌଦିଗ କମ୍ପିବ
ହୃଦୟ ଦୁଲୁକି ଯିବ ।

ଆବାହନ ପରେ ବିସର୍ଜନ ପୁଣି
ସୃଷ୍ଟିର ନିୟମ ରଖି,
ପାର୍ବଣର ଋତୁ ରହିବ ନିରବ
ସାଜିବ ମାଆ ନିଜେ ସାକ୍ଷୀ ।

ମୋକ୍ଷ ଦାୟିନୀ ସିଦ୍ଧିଦାତ୍ରୀ ଆଗୋ
ମାଆ ତୁ ମାଟି ପ୍ରତିମା ,
ତୋ ଅସ୍ତ୍ର ପ୍ରହାରି ନାସ କର ଅରି
ଉଶ୍ବାସି ଭୂମିଠୁ ଭୂମା ।

ଭରିଦେ ମାଆ ଶାନ୍ତି ମନେ ଯାଗୁ ପ୍ରୀତି
ସଂହତିର ଐକତାନ,
ହେ ଦିବ୍ୟ ଜନନୀ ତମାମ ଆୟୁ ମୋ
କଲି ତୋତେ ସମର୍ପଣ ।

ତ୍ରିଶୂଳ ବିଦ୍ଧ ରକ୍ତ ରଞ୍ଜିତ
କରିଦେ ମାଆ ଦୁଷ୍ଟ ଛାତିକୁ,
ତଥାପି ତୁ ମାଆ ଅଭୟା ବିଜୟା
ରହ ମାଆ କୋଟି ଜନ୍ମକୁ ।

କାମାକ୍ଷାନଗର, ଢେଙ୍କାନାଳ

Leave A Reply

Your email address will not be published.