Latest Odisha News

BREAKING NEWS

କବିତା : ତୁମେ ଅଛ ବୋଲି

ନିରୁପମା ପତି

ତୁମେ ଅଛ ବୋଲି
ମୁଁ ଧାଇଁଗଲି ସିଂହଦ୍ବାର
ଭାବର ପଣତ ବଢାଇଲି
ଅତୀତର କେବେ ଦିନେ
ନେଇଯାଇଥିଲ
ଦାସିଆ ଵାଉରୀର ଶ୍ରୀଫଳ,
ଭାବିଥିଲି, ତୁମେ ଅଛ ବୋଲି
ହରଣ କରିନେବ,
ମୋ ଦୁଃଖ ଓ ଯାତନାର
ମହଣ ମହଣ ଆର୍ତ୍ତ ଚିତ୍କାର ।

ତୁମେ କୃପା ସିନ୍ଧୁ ବୋଲି ଭାବୁଥିଲି
କରୁଣାର ପ୍ରୀତି ଡୋରରେ
ଵାନ୍ଧିନେବ ମୋ ଭାବର ସଂସାର।
ଜଗତର କର୍ତ୍ତା ବୋଲି
ଭାବିଥିଲି, ଜୀବନ ପରିଧି ମଧ୍ୟେ
ସାଉଁଟି ନେବ
ଯେତେ ସଵୁ ଅସଜଡା
ଅଭେଦ୍ୟ ପ୍ରାଚୀର ।

ଦରିଆପାରିରୁ ହାତ ବଢ଼େଇ
ମୁକ୍ତ କରିନେଵ
ମୋ ସ୍ୱାର୍ଥର ଶରୀର ।
ଭୋଗୀ ବୋଲି ଭାବିଥିଲି,
ଷାଠିଏ ପଉଟିରୁ
କାଣିଚାଏ , ଆଶିଷ ଦେଇ
ଛଡାଇ ନେବ
ମୋ ସମସ୍ତ ଅହଂକାର॥

Leave A Reply

Your email address will not be published.