Latest Odisha News

BREAKING NEWS

କବିତା : ପଖାଳ ବନାମ ମଦ

ଡଃ.କୁଳାଙ୍ଗାର

ବିଶ୍ବର ଶ୍ରେଷ୍ଠ ଦେଶ ଅଟଇ ଉତ୍କଳ,
ଜଗତର ଶ୍ରେଷ୍ଠଖାଦ୍ୟ ଅଟଇ ପଖାଳ !

ବିଦେଶୀଏ ମଦପିଇ କରନ୍ତି ବାନ୍ତି,
ଓଡ଼ିଆଏ ପଖାଳ ଖାଇଦେଲେ ଶାନ୍ତି!

ମଦ ସହ ପଖାଳର ସାମଞ୍ଜସ୍ୟ ଅଛି,
ସେଥିପାଇଁ ଓଡ଼ିଆ ତା ନିଶାରେ ପଡିଛି!

ପେଗ୍ ପ୍ରସ୍ତୁତ ଯେଵେ ମଦରେ ପାଣିଢାଳ,
ଭାତରେ ପାଣି ଢାଳିଲେ ପ୍ରସ୍ତୁତ ପଖାଳ!

ଭଜାଭଜି ପୋଡାପୋଡି ଓ ଗରମ ଛଣା,
ପଖାଳ ଓ ମଦ ସହ ଜରୁରୀ ଚାଖଣା!

କିଏ କରେ ଆୟୋଜନ ବହୁ ଖର୍ଚ୍ଚବଳେ,
ଆଉ କାର ଶୁଖୁଆ ଓ ଆଚାରରେ ଚଳେ!

ମଦରେ ମିଶିଲେ ବହୁଜାତି କକଟେଲ,
ପଖାଳରେ ଛୁଙ୍କ ଯେହ୍ନେ କରଇ କମାଲ!

ଏକା ଖାଇବାରେ ଏ ସଵୁରେ ମଜାନାଇଁ,
ଖାଇବାକୁ ହୁଏ ସାଙ୍ଗ ଆସର ଜମାଇ!

ପଖାଳ ଓ ମଦ ଯେତେ ପୁରୁଣା ହେବେ,
ମଣିଷଠାରେ ସେତିକି ରୂପ ଦେଖାଇବେ!

ମଦ ବିନା ଯେମିତି ଘୋଡାମଦୁଆ ବିକଳ,
ଓଡ଼ିଆ ମଦ ଛାଡି ନିତି ଖାଅ ତୋରାଣୀ ପଖାଳ!

ପଖାଳ ଖାଇ ନିତି ଗଲ ଯଦି ବୁଲି,
ଗନ୍ଧିବନି ପାଟି କହିବେନି ଶୁଖିଲା ବୋଲି!

Comments are closed.