Latest Odisha News

BREAKING NEWS

ଘରେ ପଶି ଦୁଇ ଭାଇଙ୍କୁ ହତ୍ୟାକଲା ଦୁର୍ବୃତ୍ତ, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବଦାଉନରେ ଏନକାଉଣ୍ଟର । ଦୁଇ ନାବାଳକଙ୍କୁ ହତ୍ୟା କରିବା ପରେ ଏବେ ପୋଲିସ ଏନକାଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁରୁଣା ବିବାଦକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।

ଖବର ଅନୁସାରେ, ଅଭିଯୁକ୍ତ ସାଜିଦ ଓ ମୃତ ନାବାଳକଙ୍କ ବାପା ବିନୋଦ କୁମାର ପଡୋଶୀ ଅଟନ୍ତି । ଉଭୟଙ୍କର ସେଲୁନ ଦୋକାନ ମଧ୍ୟ ରହିଛି । ହେଲେ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା । ଗତକାଲି ସନ୍ଧ୍ୟାରେ ସାଜିଦ, ବିନୋଦଙ୍କ ଘରକୁ ଯାଇ ଚା’ ପିଇବାକୁ ମାଗିଥିଲା ।

ସେମାନେ ଯେତେବେଳେ ଘର ଭିତରକୁ ଯାଇଥିଲେ, ସେତେବେଳେ ବିନୋଦଙ୍କ ତିନି ପୁଅ ଖେଳୁଥିବା ସ୍ଥାନକୁ ଯାଇଥିଲା ସାଜିଦ । ସେଠାରେ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ୧୧ ବର୍ଷ ଓ ୬ ବର୍ଷର ଦୁଇ ପୁଅଙ୍କର ବେକ କାଟି ଦେଇଥିଲା । ସାଜିଦର ଆକ୍ରମଣରେ ତାଙ୍କର ଆଉ ଜଣେ ସାନ ପୁଅ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିବା ସହ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାଜିଦକୁ ଧରିବାକୁ ଉଦ୍ୟମ କରିବା ସମୟରେ ସେ ଓଲଟା ପୋଲିସ ଉପରକୁ ଆକ୍ରମଣ କରିଥିଲା । ଫଳରେ ପୋଲିସର ପାଲଟା ଗୁଳିଚାଳନା କରିଥିଲା । ଏଥିରେ ଅଭିଯୁକ୍ତ ସାଜିଦର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.