ରାଜଲକ୍ଷ୍ମୀ ତ୍ରିପାଠୀ
ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ
ତିନି ହାତ ଭୂଇଁ ଉପରକୁ ଉଠି
ଆକାଶ ଛୁଇଁବ
କବି କିଛି କହେନାହିଁ
ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ
କଢ଼ଟିଏ ଫୁଲ ହେବାବେଳେ
ଗଣିଛି ସେ ଉଚ୍ଚ ଆକାଶରେ
ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ ।
କହେନି ସେ
ହୃଦୟଟିଏ ପ୍ରାଣ ପାଇ
ଆଖି ଫିଟାଇବା ବେଳେ
ପ୍ରେମର ଜଳରେ ଭାସୁଥିବା
ଚିକ୍ ଚିକ୍ ଛୋଟ ମାଛଟିର କଥା
ସବୁ ସିଏ ଜାଣେ
କାହାକୁ ନଶୁଭୁ କିଛି
ମେଘରୁ ମେଘ ଡେଇଁଗଲେ
ପାଣିରେ ଚାଲିବା ବେଳରେ
ସେ ଏକା ସତ ବିଶାଳ ଆକାଶ ପରି।
ପୁରୀ
Comments are closed.