Latest Odisha News

BREAKING NEWS

କବିତା : ପ୍ରୀତି ଦୀପାଳି

ରମାକାନ୍ତ ନାୟକ

ନିଶବ୍ଦ ରାତ୍ରିର ଗଭୀର ଅନ୍ଧାରେ
ଧାରାଗାମୀ ଆତ୍ମା ସମୂହ
ତଥା କଥିତ ବଡ଼ ବଡୁଆଙ୍କ
ଦେବଜ୍ୟୋତି ଆତ୍ମା,
ମୋକ୍ଷ ପ୍ରାପ୍ତିର ଆଶେ,
ପ୍ରୀତି ଦୀପାଳିର ଶ୍ରଦ୍ଧା ପ୍ରେମାଲୋକରେ
ଆସନ୍ତି ପଇଁଆ ଖାଡ଼ିର ଜ୍ୟୋତିରେ
ଆର୍ଶୀବାଦ ଉଜାଡି ଦେବାକୁ ଆଜିର ଦିନରେ ।

ଆସ ଆହେ ଦେବ ଜ୍ୟୋତି
ଜଗତର କର୍ତ୍ତା ଜଗନ୍ନାଥ ତୁ ଭୈରବ
ତୁ ହିଁ ଭୈରବୀ ବିମଳା..
ବିଷ୍ଣୁ ବୈଷ୍ଣବୀ ଶକ୍ତି, କାଳରାତ୍ରି
ତମେ ଜଗନ୍ନାଥ ସ୍ୱୟଂ ଦକ୍ଷିଣ କାଳିକା
ତମେ ଆସ ବାର ବାର
ହେ ମୋକ୍ଷ ଦାତା ଆଲୋକ ବର୍ତ୍ତିକା
ତମେ ଆସ ଆହେ ଦେବ ଜ୍ୟୋତି
ଆମ ପ୍ରୀତି ଦୀପାଳିରେ।

ଦେହରୁ ଦେହତୀତ ଆତ୍ମା ଯାହା ଜଳୁଥିଲା
ଜଳୁଥିବ
କିଏବା ଜାଣେ
ତା ଅୟାରମ୍ଭ ଯାହା ଜଳୁଥିଲା
ଆରଣ୍ୟକ ସଭ୍ୟତା ପୂର୍ବରୁ
ରକ୍ତରେ ଧୋଇ ଧାଇ
ଅନ୍ଧକାର ଗର୍ଭୁ ଆଲୋକର ସନ୍ଧାନରେ
ମୋକ୍ଷ ପାଇବାକୁ
ତମ ଦେବ ଜ୍ୟୋତି
ପ୍ରୀତିଦୀପାଳିର ଆଲୋକ ପର୍ବରେ ।

ପଦ୍ମାମାୟା ପୁରୀ, ଶ୍ୟାମରାଇ ପୁର, ଭଦ୍ରକ

Comments are closed.