ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମଣିଷ ଭାଷାବଂତ ପ୍ରାଣୀ
ଅଗ କି ମୂଳକୁ ନ ଜାଣି
ଉଦ୍ଗାରେ ଅନର୍ଗଳ ବାଣୀ
ଏହା ତା ଭାଷାର କାହାଣୀ
ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି
କରିଲେ ସୁଜ୍ଞାନର ମତି
ଜ୍ଞାନ ହିଁ ଭୋଗେ ସବୁ କ୍ଷତି
ଭାଷା କରେନି ଅଗ୍ରଗତି
ଚକ୍ରପଥରେ ଘୂରି ଘୂରି
କିପରି ଭାଷା ହୁଏ ଘୋରି
ତହିଁର ଅସଂଖ୍ୟ ପ୍ରମାଣ
ଅଟଇ କଥନ, ଲିଖନ
ଭାଷାର ଏତେ ଅପବ୍ୟୟ
ଘଟାଏନାହିଁ ଜ୍ଞାନୋଦୟ
ଏପରି ନିତ୍ୟ ପରାଜୟ
ସହୁଛି ମଣିଷ ହୃଦୟ
ଅଧିକ ଭାବି, ଅଳ୍ପ କହି
ସଂସାରେ ପାରେ ଯିଏ ରହି
ତାହାର ଚିଂତାର ସାରାଂଶ
ଯୋଗୁଁ ଉନ୍ନତ ହୁଏ ବିଶ୍ବ