ରାମକୃଷ୍ଣ
ବାମନ ମୁଁ
ହାତ ପାଏନାହିଁ ଚନ୍ଦ୍ରକୁ ।
ମୋର ସିନା ହାତ ପାଏନାହିଁ କାହାକୁ
ଜଳଘଟ ପରି ବସି ରହିଥାଏ
ସମସ୍ତେ ଆସି ମୁହଁ ମାରି ଯାଆନ୍ତି
ମୋର ଦ୍ବାରରେ
ସୂର୍ଯ୍ୟ, ଚନ୍ଦ୍ର ଏପରିକି
ବହୁଦୂର ଗ୍ରହ ନକ୍ଷତ୍ରମାନେ ବି
ମୁଁ ଠିକ୍ ଜାଣେ
ଯେ ଚନ୍ଦ୍ରର କ୍ଷୟ ବୃଦ୍ଧି ବୋଲି କିଛି ନାହିଁ
ଉଦୟ ଅସ୍ତ ବୋଲି କିଛି ନାହିଁ ସୂର୍ଯ୍ୟର
କେବଳ ମୋ ଘଟର ଜଳସ୍ତର
ବଢୁଥାଏ ଘଟୁଥାଏ ଆଲୁଅର ଛାଇ ପରି।
ମୁଁ ଶୁଖିଲା ମାଟିଘଟ ମାତ୍ର
ଉଛୁଳୁ ଥାଏ ଶୂନ୍ୟତାରେ
ମୋର ଥିବା ନଥିବା
ନିର୍ଭର କରେ ବର୍ଷା ଉପରେ
ଏବଂ ସଂସାର ଥିବା ନଥିବା
ନିର୍ଭର କରେ ମୋର ଜଳଭର୍ତ୍ତି ଘଟରେ ।
Comments are closed.