Latest Odisha News

BREAKING NEWS

କବିତା : ପରିଚୟ

ରୋଜାଲିନ୍ ମିଶ୍ର

ଯଦି କେବେ ତୁମେ ବର୍ଷ। ହୋଇ

ଏ ଜୀବନ ମରୁଦ୍ୟାନେ ପଡ଼ ଝରି,

ମୁଁ ତୁମକୁ ଆବୋରି ନେବି

ଅଧର ଆଶ୍ଲେଷ ଦେଇ,

ଏଇ ବିରାଟ ସତ୍ତାର

ପ୍ରତ୍ୟେକଟି ନୂତନ ପଲ୍ଲବର

ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ

ମୁଁ ତୁମକୁ ଖୋଜିବି,

ଆଉ ଜୀବନର ରନ୍ଧ୍ରେ ରନ୍ଧ୍ରେ

ଅନୁଭବ କରିବି

ଚିରଦିନ ଲାଗି ଦେଇଥିବା

ମୋ ପରିଚୟ ପାଇଁ

ମୋ ପରିଚୟ ପାଇଁ।।

Comments are closed.