Latest Odisha News

BREAKING NEWS

ବଚନ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭା

ପ୍ରଥମ ପୁରୁଷ ଏକବଚନ- ମୁଁ, ମୋତେ, ମୋ’ ଦ୍ୱାରା, ମୋ’ଠାରୁ, ମୋ’ର, ମୋ’ଠାରେ ।

ପ୍ରଥମ ପୁରୁଷ ବହୁବଚନ- ଆମେ, ଆମେମାନେ, ଆମକୁ, ଆମମାନଙ୍କୁ, ଆମ ଦ୍ୱାରା, ଆମମାନଙ୍କଦ୍ୱାରା,

ଆମଠାରୁ, ଆମମାନଙ୍କଠାରୁ, ଆମମାନଙ୍କର, ଆମଠାରେ, ଆମମାନଙ୍କଠାରେ ।

ଦ୍ୱିତୀୟ ପୁରୁଷ ଏକବଚନ- ତୁ, ତୁମେ, ଆପଣ, ତୋତେ, ତୁମକୁ, ଆପଣଙ୍କୁ, ତୋ’ଦ୍ୱାରା, ତୁମଦ୍ୱାରା,

ଆପଣଙ୍କଦ୍ୱାରା, ତୋ’ଠାରୁ, ତୁମଠାରୁ, ଆପଣଙ୍କଠାରୁ, ତୋ’ର, ତୁମର, ଆପଣଙ୍କର, ତୋ’ଠାରେ, ଆପଣଙ୍କଠାରେ ।

ଦ୍ୱିତୀୟ ପୁରୁଷ ବହୁବଚନ- ତୁମେମାନେ, ଆପଣମାନେ, ତୁମମାନଙ୍କୁ, ଆପଣମାନଙ୍କୁ, ତୁମମାନଙ୍କଦ୍ୱାରା,

ଆପଣମାନଙ୍କଦ୍ୱାରା, ତୁମମାନଙ୍କଠାରୁ, ଆପଣମାନଙ୍କଠାରୁ, ତୁମମାନଙ୍କର, ଆପଣମାନଙ୍କର, ତୁମମାନଙ୍କଠାରେ, ଆପଣମାନଙ୍କଠାରେ ।

ତୃତୀୟ ପୁରୁଷ ଏକବଚନ- ସେ, ତାହା, ଏ, ଏହା, ତାକୁ, ୟାକୁ, ୟାଙ୍କୁ, ତଦ୍ଦ୍ୱାରା, ତାଙ୍କଦ୍ୱାରା, ଏହାଦ୍ୱାରା, ଏହାଙ୍କଦ୍ୱାରା, ତା’ଠାରୁ, ତାଙ୍କଠାରୁ, ଏହାଠାରୁ, ଏହାଙ୍କଠାରୁ, ତା’ର, ତାଙ୍କର, ୟାର, ୟାଙ୍କର, ୟାଙ୍କଠାରେ ତା’ଠାରେ, ତାଙ୍କଠାରେ, ୟା’ଠାରେ ।

ତୃତୀୟ ପୁରୁଷ ବହୁବଚନ- ସେମାନେ, ଏମାନେ, ଏଗୁଡ଼ିକ, ସେଗୁଡ଼ିକ, ସେଗୁଡ଼ିକୁ, ଏମାନଙ୍କୁ,

ସେମାନଙ୍କୁ, ଏମାନଙ୍କଠାରେ, ଏଗୁଡ଼ିକୁ, ସେମାନଙ୍କଦ୍ୱାରା, ସେଗୁଡ଼ିକ ଦ୍ୱାରା, ଏମାନଙ୍କ ଦ୍ୱାରା, ଏଗୁଡ଼ିକ ଦ୍ୱାରା ।

ଶ୍ରେଣୀ, ବର୍ଗ, ଦଳ, ପଲ, ଗଣ, ମାଳା, ରାଜି, ରାଶି, ମଣ୍ଡଳୀ, ସମାଜ, ସମୂହ ଆଦି ଲଗାଯାଇ ଏକବଚନକୁ ବହୁବଚନ କରାଯାଇଥାଏ ।

ପର୍ବତଶ୍ରେଣୀ, ପଛୁଆବର୍ଗ, ପଙ୍ଗପାଳଦଳ, ଗୋରୁପଲ, ଜନଗଣ, ମେଘମାଳା, ବନରାଜି, ଧନରାଶି, ଶିକ୍ଷକମଣ୍ଡଳୀ, କବିସମାଜ, ଜନସମୂହ ।

ବାକ୍ୟର କ୍ରିୟା ଭାଗରେ କ୍ରିୟା ପଦ ସହିତ ବାଚ୍ୟ, କାଳ, ଭାଗ, ପୁରୁଷ ଓ ବଚନ ଯୁକ୍ତ ହୋଇଥାନ୍ତି ।ସର୍ବନାମର ପ୍ରତ୍ୟେକ ପୁରୁଷର ଏକବଚନ ଓ ବହୁବଚନ ରୂପ ଅଛି । ବିଭିନ୍ନ ଭାଷାର ବ୍ୟବହାର ବିଧି ଅନୁସାରେ ଏକବଚନ, ଦ୍ୱିବଚନ ଓ ବହୁବଚନ ଭେଦରେ ବଚନର ପ୍ରୟୋଗ ହୋଇଥାଏ । ଓଡ଼ିଆରେ ବିଶେଷ୍ୟର ବ୍ୟାକରଣିକ ଅଂଶଗୁଡ଼ିକ ହେଉଛି- ପୁରୁଷ, ବଚନ ଓ କାରକ । ଏଗୁଡ଼ିକ ପ୍ରତ୍ୟେକ ପ୍ରତ୍ୟୟ ରୂପରେ ବିଶେଷ୍ୟ ପଦ ସହିତ ଯୁକ୍ତ । ଓଡ଼ିଆରେ ବଚନ ଦୁଇପ୍ରକାରର ଏହା ଛଡ଼ା ଓଡ଼ିଆରେ ଦ୍ୱିବଚନର ବ୍ୟବହାର ନଥିଲେ ମଧ୍ୟ କେତେକ ଦୁଇଅଙ୍କ ବିଶିଷ୍ଟ ଶବ୍ଦର ବ୍ୟବହାର ରହିଛି ଯେମିତିକି- ଦୁହେଁ, ହଳେ, ବେନି, ଯୋଡ଼ା, ଉଭୟ ଓ ଦ୍ୱୟ ଇତ୍ୟାଦି । ବଚନ ବିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପମ ଖଣ୍ଡ ପୃଷ୍ଠା ୫୨୯୩

ରେ କୁହାଯାଇଛି ଯେ, “କଥା, ମୁଖୋଚ୍ଚାରିତ ବାକ୍ୟ ଏବଂ ସଂସ୍କୃତ ବ୍ୟାକରଣରେ ତିନୋଟି ବଚନ ଅଛି, ଯଥା- ଏକବଚନ, ଦ୍ୱିବଚନ ଓ ବହୁବଚନ । କିନ୍ତୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭାଷାରେ ଦୁଇଟି- ଏକବଚନ ଓ ବହୁବଚନ ।”

Leave A Reply

Your email address will not be published.