ସବିତା ତ୍ରିପାଠୀ 
କିଛି ସମ୍ପର୍କ ସାଉଁଟି ଥାଏ
ସ୍ମୃତି ସବୁ ଜୀବନର,
କିଛି ସମ୍ପର୍କ ଭେଟିଦିଏ
ମୂଲ୍ୟହୀନ ସମୟ ଆମ ଜୀବନର,,,,,
ସମ୍ପର୍କ ତ ଗଢିଉଠେ ଅନେକ
କିନ୍ତୁ ମନ ଖୋଲି କଥା
ହେବାକୁ ଦିପଦ,
ଓଠ ପାଲଟିଥାଏ ମୁକ
କିଛି ସମ୍ପର୍କ ଆଗେ ହାରିଯାଏ
ଆମ ନିର୍ମଳ ହୃଦୟ,
ମନଟା ଖଳ ବୁଦ୍ଧି ଯନ୍ତାରେ
ଛଟପଟ ଅନୁତପ୍ତ……..
ସ୍ନେହ ଶ୍ରଦ୍ଧାର ପଶାପାଲି ଖେଳରେ
କିଛି ସମ୍ପର୍କ ଶ୍ୱାସରୁଦ୍ଧ ହୋଇଯାଏ,
ଆଜିକାଲି ଆଧୁନିକତାର
ଜେସା କୁ ତେସା ପ୍ରଣାଳୀରେ…
ବେଳେବେଳେ ହୃଦୟ ବିଚରା
ନିଜକୁ ନିଜେ ପଚାରେ,
ବିଶ୍ୱାସ ଟା ମରିଗଲା ବୋଧେ
ସ୍କ୍ରିନସଟ, ରେକଡ଼ିଂ ଜମାନାରେ…..
କିଛି ସମ୍ପର୍କ ଏଠି
ଆବଶ୍ୟକତା ମାପକାଠିରେ ମପାହୁଏ
ବିତେଇ ଥିବା ସବୁ ସମୟ
ହେଇଯାଏ ଶସ୍ତା ଆଉ ସୀମିତ…..
Comments are closed.