ସଞ୍ଜିତା ପ୍ରଧାନ
ରାଗି ପୁଅ ଯେବେ ରାଗେ
ମରୁଭୂମିଟେ ସୃଷ୍ଟି ହୁଏ
ସରୁ ନଥିବା ନିର୍ଜନତା ମାଡ଼ି ବସେ
ଭୂଇଁରୁ ଆକାଶ ତାତି ବ୍ୟାପେ
କିଛି ଜଳେ
କୁହୁଳେ
ଭୁସ୍ ଭୁସ୍ ଧୂଆଁ ବାହାରେ
ସବୁଆଡେ ଧୂଆଁ !
ତେବେବି; ଚେହେରା ସଫା ଦିଶେ ।
ଫୁଲିଲା ନାକ
ଶୁଖିଲା ମୁହଁ
ଲୁହ ଭରା ଲାଲ ଆଖି
ଥରୁଥିବା ଓଠ
ସବୁରେ ଅଭିମାନର ରାଗ
ସଜେଇ ହୁଏ ।
ନୀରବତା କଥା ହେଲେ
ସିଏ ଆସେ
ଟାଣି ଟାଣି ପାଖକୁ ନିଏ
ଧୂଆଁ ନିଆଁ ଭିତରେ
ଗୋଲାପ ଫୁଟେ
ଅମଡା ବାଟେ ।
ଅଦ୍ଭୁତ ଆକର୍ଷଣ
ଅଜଣା ମୋହ
ଦୂରତ୍ୱରେ ନିକଟ ହେବାର କାହାଣୀ
ହୃଦୟରେ ସ୍ପନ୍ଦିତ ହୁଏ
ରାଗ ପ୍ରେମ ପ୍ରେମ ବାସେ
ଓଠ ହସେ
ରାଗି ପୁଅ ସବୁଆଡେ ଦିଶେ ।
ସୁନ୍ଦରଗଡ଼
Comments are closed.