Latest Odisha News

କବିତା : ଆମ ଓଡ଼ିଶା

ଶମ୍ଭୁନାଥ ଦାସ

ଯେଉଁ ରାଇଜରେ ସଦା ଭରପୁର
ଖଣିଜ ସମ୍ପଦ-ମାନ,
ସେ ରାଜ୍ୟ କିମ୍ପାଇ ଦରିଦ୍ରରେ ଗଣା
କଥା ବଡ଼ ହୀନିମାନ ।

ରହିଛ କି ଶୋଇ ହେ ଉତ୍କଳ ଭାଇ
କିବା ଅଳସୁଆ ପଣ,
ଆଳସ୍ୟ ତ ନୁହେଁ ଓଡ଼ିଆ ଜାତିର
କର୍ମ-ଧର୍ମର ଲକ୍ଷଣ ।

ଓଡ଼ିଶା ରାଜ୍ୟରେ କେତେ ଯେ ସମ୍ପଦ
ନାହିଁ ତ ଦେଶରେ ଆନ,
ଆସ ଉତ୍କଳୀୟ ହୋଇ ଏକାକାର
ଉନ୍ନତିରେ ଦେବା ଧ୍ଯାନ ।

ଆମେ ପରା ବୀର ଜାତିର ସନ୍ତାନ
ଭୀରୁ କାହିଁପାଇଁ ମନ,
ଦରିଦ୍ରରେ ଗଣା ହୋଇଲେ ଉତ୍କଳ
ରହିବ କି ସନମାନ ?

ଆସ ଆସ ସର୍ବେ ଉତ୍କଳ ସନ୍ତାନ
ସଭିଁଏ କରିବା ପଣ,
ଗଡ଼େଇବା ରଥ ଜାତିର ଉନ୍ନତି
ପ୍ରଗତିର ଅଭିଯାନ ।

 

Leave A Reply

Your email address will not be published.