ସୁଜାତା ମିଶ୍ର 
ଶାନ୍ତ ଏଇ ସକାଳଟା..
ସୁଲୁ ସୁଲୁ ପବନରେ ଭରିଛି
କେ ଶୁଭ୍ର ଶିହରଣ,
ସାଦା ରଙ୍ଗର ଶାଢ଼ୀରେ
କିଏ ଦେଲା
କୁହୁକ ପରଶ..,
ନିରୀହ ପଣରେ ଭରିଲା
ଚୁନି ଚୁନି ସ୍ୱପ୍ନର ବିଳାସ,
ଉପବନ ଦିଶେ ଆଜି
କେତେ ସୁଶୋଭନ!
ଆଜି ଆସ୍ଥା ଆଉ ବିଶ୍ଵାସର
ପଟୁଆର ନେଇ
ରଥେ ବିଜେ ହେବେ
ଜଗତର ନାଥ,
ଫୁଲ ଅଗୁରୁ ଚନ୍ଦନର
ପବିତ୍ର ମହକେ
ପୁର,ପଲ୍ଲୀ,ଗ୍ରାମ ଓ ସହର
ସବୁ ବାସ୍ନାୟିତ!
Comments are closed.