ମୂଳ ବାଂଲା : ମହାଦେବ ସାହା
ତୁମ ପାଇଁ ମୁଁ ଜିତିଛି ଏକ ଯୁଦ୍ଧ
ଜିତିଛି ଗୋଟିଏ ଦେଶର ସ୍ଵାଧୀନତା
ତୁମ ହସ, ତୁମ ମୁହଁର ସବୁ କଥା
ସେଇ ନିର୍ଜନ ଦୂର ବିଦେଶରେ
ସେମାନେ ଥିଲେ ମୋର ସହଚର
ଥିଲା କେତେ ନିବିଡ଼ତା ।
ଅସ୍ତ୍ର ବା ଯୁଦ୍ଧ ଜାହାଜ
ଏସବୁ କିଛି ନଥିଲା
ମୋ ହାତରେ କେବଳ
ତୁମ ଭଲ ପାଇବାର
ରଙ୍ଗୀନ ଗୋଲାପ ହିଁ ଥିଲା
ଆଉ ଥିଲା ତୁମ କବରୀରୁ
ମଝି ରାତିରେ ଖୋଲି ନେଇଥିବା
ଭଲ ପାଇବାର ସବୁଜ ବୋମା ଓ ବାରୁଦ
ସ୍ଵର୍ଣ୍ଣ ଚମ୍ପା କିମ୍ବା ଥିଲା
ତୁମ ଛାତିରୁ ଟାଣି ନେଇଥିବା
ତୁମ ଭଲପାଇବାର ଦେଶ
ଆଜି ମୁଁ ସ୍ଵାଧୀନ ଓ ପରାକ୍ରାନ୍ତ।
- ମୋ ପାଖରେ ଥିଲା
ତୁମେ ଭଲ ପାଇବାର ନୀଳ କାରାଗାର
ତୁମ ପାଇଁ ଲଢ଼ିଛି ଓ ଜିତିଛି ମୁଁ ଏକ ଯୁଦ୍ଧ
ସ୍ଵାଧୀନତା ଗୋଟିଏ ଦେଶର।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.