Latest Odisha News

BREAKING NEWS

Browsing Tag

translated odia poem

ଅନୁବାଦ କବିତା : ମାପଦଣ୍ଡ ବଦଳାଅ

ମୂଳ ହିନ୍ଦୀ: ଦୁଷ୍ୟନ୍ତ କୁମାର ମୋ ପ୍ରଗତିର ଅବା ଅଗତିର ଏଇ ମାପଦଣ୍ଡ ତୁମେ ବଦଳାଅ, ଜୁଆର ତାସ ଭଳି ମୁଁ ଏବେ ଅନିଶ୍ଚିତତା ଭିତରେ । ମୋ ଉପରେ ଚାରିଆଡ଼ୁ ଆକ୍ରମଣ ହେଉଛି, ପତ୍ର କଅଁଳୁଛି ପତ୍ର ଝଡ଼ା ଦେଉଛି, ମୁଁ ନୂଆ ହେବା ପାଇଁ ରନ୍ଦାରେ ଚଢ଼ୁଛି, ଲଢ଼ି ଲଢ଼ି…

ଅନୁବାଦ କବିତା : ରୁଦ୍ରକୁ ଚିଠି

ମୂଳ ବାଂଲା : ତସଲିମା ନାସରିନ ପ୍ରିୟ ରୁଦ୍ର, ମାର୍ଫତ ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବାକୁ କହିଥିଲ। ତୁମେକି ବର୍ତ୍ତମାନ ଆକାଶ ଭରିଅଛ ? ତୁମେ ଆକାଶରେ ଉଡ଼ିବୁଲ ତୁଳା ପରି, ପକ୍ଷୀମାନଙ୍କ ପରି ତୁମେ ଏଇ ଜଗତ, ଏଇ ସଂସାର ଛାଡ଼ି ଆକାଶକୁ ଚାଲିଯାଇଛ। ଅସଲରେ ତୁମେ…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…

ଅନୁବାଦ କବିତା : ଦିବଂଗତ ପିତାଙ୍କ ସ୍ମରଣେ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ ବାପା, ତୁମ କଥା ଏଠି ଆଉ କେହିବି କହନ୍ତି ନାହିଁ ଏବେ ବି ରନ୍ଧାହୁଏ ତୁମର ପ୍ରିୟ ଓ ପସନ୍ଦର ଭୋଜନ ଆମ ହାତର ଆଙ୍ଗୁଳିମାନ ହଳଦୀର ରଙ୍ଗରେ ହୁଏ ରଙ୍ଗୀନ କିନ୍ତୁ ତୁମ କଥା କେହି ବି କହନ୍ତି ନାହିଁ। ତୁମ ହାତରେ ଲଗା ହୋଇଥିବା ଗଛର ପିଜୁଳିମାନ…

ଅନୁବାଦ କବିତା : ଶତାଦ୍ଦୀର ଶେଷ ପୂର୍ଣ୍ଣିମା ପାଇଁ କବିତାଟିଏ

ମୂଳ ବାଂଲା : ମହାଦେବ ଶାହା ଏତେ ଦିନ ଧରି ଚନ୍ଦ୍ର ଥିଲା ମୋ ହୃଦୟ ଭିତରେ ସେ ଜହ୍ନକୁ ତୁମକୁ ଦେଉଛି ଏଇ ଶତବ୍ଦୀର ଶେଷ ପୁର୍ଣ୍ଣିମାରେ ତୁମକୁ ଦେଲି ଏ ଚନ୍ଦ୍ର ତୁମ ପାଇଁ ଦେଲି ଅଶ୍ରୁଜଳ। ଏ ଚନ୍ଦ୍ରିକା ଆମ କୁଟୀର ଶିଳ୍ପ ପରି ବୁଣାକାରର ହସ୍ତତନ୍ତ କଳ ଦିନେ ଏଇ ଜହ୍ନ ଥିଲା…

ଅନୁବାଦ କବିତା : ମୁଁ ପୁଣି ଆସିବି ଫେରି

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ ମୁଁ ପୁଣି ଆସିବି ଫେରି ଧାନ ସିଢି ଚଢ଼ି ବଢ଼ି ମୋର ଏଇ ପ୍ରିୟ ଦେଶ ବଂଗ ପ୍ରଦେଶରେ ହୁଏତ ବା ଶଙ୍ଖଚିଲ ରୂପ ନେଇ ଅବା ସେଇ ଭୋର ବେଳା ରାବି ଭାବି ଉଡୁଥ‌ିବା କୁଆ ହୋଇ ନବାନ୍ନ ଉତ୍ସବ ପାଇଁ କାର୍ତ୍ତିକ ମାସରେ। କୁହୁଡି ସହିତ ଭାସି…

ଅନୁବାଦ କବିତା : ଯାଇପାରେ, କିନ୍ତୁ କାହିଁକି ଯିବି !

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ଭାବୁଛି, ବୁଲିପଡ଼ି ଫେରିଯିବାଟା ଭଲ ବିକଳ୍ପ ଏତେ କଳା ମୁଁ ମାଖିଛି ଏଇ ଦୁଇ ହାତରେ, ଏତେ କାଳ ଧରି କେବେ ହେଲେ ତୁମକୁ ନିଜର ବୋଲି ଭାବି ନାହିଁ ତୁମ ଭାବିବା ପରି। ଏବେ ରାତିରେ, ଗର୍ତ୍ତ ନିକଟରେ ଛିଡ଼ା ହେଲେ, ଜହ୍ନ ଡାକେ ଆସ, ଆସ, ଆସ…

ଅନୁବାଦ କବିତା : ମେଘ ନଚାହିଁ ବି

ମୂଳ ବାଂଲା : ଶାମସୁର ରହମାନ ମେଘ ନଚାହିଁ ବି ପାଣି ମିଳିଯିବା ପରି ମୋ ହାତ ତୁମ ହାତପରେ ଏଇ ପ୍ରଥମ ଥର ପାଇଁ ପାଇଲି ତୁମର ସ୍ପର୍ଶ ମୋ ଭିତରେ କଣ ଯେ ହେଇଗଲା କିଏ ମତେ କହିବ ତାର ଅର୍ଥ ! ଆକାଶରେ ଗୋଲ ଜହ୍ନ ଖୁବ୍ ଚକମକ କରୁଥିଲା ନୂଆ ବାଦଶାହୀ ମୁଦ୍ରା ପରି ଅଥଚ ମୁଁ…

ଅନୁବାଦ କବିତା : ତୁମରି ରକ୍ତ, ତୁମରି ଗନ୍ଧ

ମୂଳବାଂଲା : ଆଲ ମାହମୁଦ ରାସ୍ତା ଘାଟରେ ବୁଲି ବୁଲି ଖୋଜି ଖୋଜି ଚାଲେ ଲୋକେ ପଚାରନ୍ତି, ଦେଖ କଣ ଖୋଜୁଛି ଏଇ କବି ? ସୁନାର ଟଙ୍କା ହଠାତ ମିଳିବ ଏଇ କଥା ଭାବି ଭାବି ସେଇ ଆଶାରେ ହିଁ ଦେଖେ ବାରମ୍ବାର କେଉଁଠି ଆଲୁଅ, କେଉଁଠି ଅନ୍ଧକାର ମୁଦ୍ରାର ଟଙ୍କାର, ମତୁଆଲା ଏ ମନ ମୁଁ ତ…

ଅନୁବାଦ କବିତା : ପଟ୍ଟଭୂମି

ମୂଳ ବଙ୍ଗଳା: ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହ ଖୁବ୍ ସୁନ୍ଦର ଭାବେ ରକ୍ତାକ୍ତ ହୁଅ ତିକ୍ତତାରେ ଭାଙ୍ଗିପଡ଼ି ହୁଅ ଚୁରମାର କାନ୍ଦି କାନ୍ଦି ହୁଅ ଅବସନ୍ନ ତା'ନହେଲେ ତୁମେ କେବେବି ବୁଝିବ ନାହିଁ ବେଦନା କବିର । ଜନନୀ ଜନ୍ମ ଦେବାକୁ ନିଜକୁ ପ୍ରସ୍ତୁତ କଲାପରି ତୁମେ ଦାୟିତ୍ବ ନିଅ…