Latest Odisha News

ଅନୁବାଦ କବିତା : ମୁଁ ଚିନ୍ତିତ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ 

ଦ୍ରୁତ ଗତିରେ ଚାଲିଛି ବସ
ତା ପଛରେ ଛୁଟି ଚାଲିଛନ୍ତି ମଣିଷ
ପିଲାଙ୍କୁ ସମ୍ଭାଳୁ ସମ୍ଭାଳୁ ସ୍ତ୍ରୀଲୋକ
ସଡ଼କରେ ଏତେ ଧୂଳି ଉଡୁଛି ଯେ
ମତେ କିଛି ଦେଖା ଯାଉ ନାହିଁ
ମୁଁ ଚିନ୍ତା କରି ଚାଲିଛି।

ମୁରବୀମାନେ ଚିନ୍ତା କଲାବେଳେ
ଆଖି ବନ୍ଦ କରୁଥିଲେ
ମୁଁ ଆଖି ବନ୍ଦ କଲା ପରେ ହିଁ ଭାବୁଛି।
ବସଗୁଡ଼ିକ ଠିକ୍ ଜାଗାରେ ରହନ୍ତିନି କାହିଁକି ?
ଲୋକମାନେ ଧାଡ଼ିବାନ୍ଧି ଛିଡ଼ା ହୁଅନ୍ତିନି କାହିଁକି ?
ଏପରି ଧାଁ ଦୌଡ଼ ଭଲା କେତେଦିନ ଚାଲିବ ଏମିତି?
ଦେଶର ରାଜଧାନୀରେ
ସଂସଦ ଭାବନ ସାମନାରେ
କେବେ ଯାଏଁ ଉଡ଼ୁଥିବ ଧୂଳି?

ମୋର ଆଖି ବନ୍ଦ ଅଛି
ମତେ ଦିଶୁନାହିଁ କିଛି
ମୁଁ ଚିନ୍ତା କରି ଚାଲିଛି।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.