ଶୁଭ୍ରାଂଶୁ ଶେଖର ମାହୁନ୍ତ
ବରଷାରେ ଭିଜି ଓଦାସ୍ମୃତି ନେଇ
ତୁମକୁ ଝୁରୁଛି ଆଜି ,
ମନେପଡେ ଆଜି ସେଇଦିନ କଥା
ଆସିଥିଲ ତୁମେ ଭିଜି ।
ଓଦା ସରସର ଥରିଲା ମୁହଁକୁ
ପୋଛିଥିଲି ସରାଗରେ,
ତୁମ ଦେହ ବାସ୍ନା ରୁମାଲେ ସାଇତି
ଝୁରିହୁଏ ବିଜନରେ ।
ବର୍ଷୁକୀ ସନ୍ଧ୍ୟାରେ ତୁମକଥା ମୋର
ଭାରି ମନେପଡେ କାହିଁ,
ହୃଦୟର କୋହ ଚାପି ରଖି ମୁଁ ଯେ
ହସୁଛି ତୁମରି ପାଇଁ ।
ମୋ ଆଖିର ଲୁହ ଦେଖି ପରା ତୁମେ
ସହିପାରିବନି ଜମା,
ତୁମ କଥା ଭାବି କବିତା ଲେଖୁଛି
କରିଦେବ ମୋତେ କ୍ଷମା ।।
ଭଦ୍ରକ
Comments are closed.