Latest Odisha News

BREAKING NEWS

ଛାତିଏ ଜହ୍ନରାତି…

ତୁମକୁ ପାଇବି ବୋଲି
ଛୁଇଁଲି ଅନ୍ଧାରକୁ
ମଜ୍ଜିଲି ପ୍ରେମରେ
ବିତେଇଲି ତମ ସହ
ରାତି ରାତି
ଶୋଇଲି ତମ କୋଳରେ
ନିଜର କଲି
ନିରବ ମୂହୁର୍ତ୍ତ ମାନଙ୍କୁ
ଅସହାୟ ଦିଶୁଥିବା
ତାରା ମାନଙ୍କୁ ବୁଝେଇଲି
ଅନ୍ଧାରର ଉଷ୍ମ ଚେତନାକୁ
ଉପଭୋଗ କଲି ମନଭରି ।

ହଜିଲି ମୁଁ ନିବିଡ଼ ଶିହରଣରେ
ହଜିଲି ମୁଁ ଅନ୍ଧାରରେ
ହଜିଲି ମୁଁ ପ୍ରେମରେ
ତିନ୍ତିଲି ମୁଁ ବାରମ୍ବାର
ସେ ମହକରେ
ସେ ଉଚ୍ଛ୍ୱାସରେ
ସେ ମୋହରେ

ଅନ୍ଧାର ତା’ ବାଟରେ ଥାଏ
ଜହ୍ନ ତା’ ବାଟରେ ଥାଏ
କେବଳ ନିର୍ଲ୍ଲଜ ଭାବରେ
ନିରୋଳାରେ ମୁଁ ଖୋଜୁଥାଏ
ସେଇ ନିର୍ଲିପ୍ତ ହୃଦୟକୁ, ଶୁଭ୍ରତାକୁ
ଯାହା ଯୁଗ ଯୁଗ ବିତିଗଲେବି
ମୋ ପାଇଁ ଦୃଶ୍ୟାନ୍ତର ।

ପ୍ରାଚୀ ନଗର, ଭଦ୍ରକ, ମୋ-୯୪୩୮୩୨୧୪୫୪

Comments are closed.