Latest Odisha News

BREAKING NEWS

Browsing Tag

Kabita

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

ନଦୀ ଆଉ ନାରୀ…

ନଦୀ ଆଉ ନାରୀ... ଶ୍ରୀକାନ୍ତ ଜେନା ଯେଉଁ ନଦୀ କଳ କଳ ଛଳ ଛଳ ହୋଇ ବହୁଥିଲା ପାଣିମୁନ୍ଦେ ଦୁଶେନାହିଁ ତପ୍ତ ବାଲୁକାରେ ଭରାଶଯ୍ୟା, ନଦୀବି ମଣିଷ ପରି ସଂଖୋଳିଛି ସୁଖ ସାଥେ ଦୁଃଖ ନିରୋଳା ସୁଖରେକା’ର ଦିନବିତେ ନପାଇକି ସଜ୍ଜା ? ପରବତେ ପିତ୍ରାଳୟ ଭୁଲିଯାଇ ଅଛିଏ ତଟିନୀ…

ପବନ

ପବନ କମଳ କୁମାର ମହାନ୍ତି ପବନ ତ' ସେଦିନ ବହୁଥିଲା ତୀବ୍ର ମଇ ତିନ୍ ର ସକାଳ କି' ଓଡ଼ିଶାର କପାଳରେ ଲେଖୁଥିଲା ଆଉ ଏକ କରୁଣ କାବ୍ୟ ! ଫାଟିଯାଉଥିଲା ଛାତି ଯେତେ ପଚାରିଲେ ଫିଟୁ ନଥିଲା ଶୋକ ଆଉ କୋହର ଗଣ୍ଠି ମାଟି ସ୍ରବୁଥିଲା ଲହୁ ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ ଫଟାକପାଳକୁ…

କରେକ୍‌ସନ୍‌

କରେକ୍‌ସନ୍‌ ଶୁଭଶ୍ରୀ ମିଶ୍ର ତୁମେ ମାପୁଥିବା ସ୍କେଲ୍ ସବୁ ପାଲଟୁଥାଏ ବିନ୍ଦୁରୁ ସିନ୍ଧୁ, କନ୍ୟାରୁ ସହଯାତ୍ରୀ, ମାତୃତ୍ବରୁ ମୃତ୍ୟୁ, ବଧୂପଣିଆର ମାୟାମୃଗ । ନିଜକୁ ଗଢିତୋଳିବାର ନିଇତି ପ୍ରୟାସ । କେବେ ଭାବ ଅଙ୍କୁରୋଦ୍ଗମ ପାଇଁ ନିଜକୁ ହରାଇବାର ଦୁଃଖ । ଅଭିମାନ ସବୁ ଫସିଲ୍…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ ମନୋଜ ଭଳ ତାରୁଣ୍ୟର ତରଙ୍ଗ ପରି ବସନ୍ତର ମଧୁର ପରଶ ଆଉ ବିଭୋର କରୁନି ମନକୁ ଆଗ ଭଳି, ଅନୁରାଗରେ ବନ୍ଧା ପଡିଥିବା ଜୀବନ ଅସ୍ଥିର ହେଉନି ଏବେ ବିଶ୍ୱାସର ଫରୁଆରେ ସାଇତି ରଖିବାକୁ ମମତାର ଫୁଲ ଅନ୍ୟଲାଗି । ସବୁଏଠି ଅଦଳ ବଦଳ ବିବର୍ଣ୍ଣ ପୃଥିବୀ…

ଅୟୁତ ଆଶା…

ଅୟୁତ ଆଶା... ସୁସ୍ମିତା ମହାପାତ୍ର ପ୍ରତ୍ୟେକଟି ନା ଦେହରେ ଲୁଚି ରହିଥାଏ ଗୋଟେ ଛଳଛଳ ହଁ, ଘନ ଅନ୍ଧାର ଭିତରୁ ଉଇଁ ଆସୁଥିବା ପରି ଗୋଟେ ସଜଫୁଟା ଝଳଝଳ ମୁହଁ । କିଛି ଭିନ୍ନ ଏଠି ନିୟତିର ନିର୍ଦେଶ, ଶକ୍ତ କଠିନ ଆବରଣ ତଳୁ ସୂକ୍ଷ୍ମ କୋମଳ ଅଙ୍କୁରର ଉଦ୍‌ଗମନ ପରି ଜଡ଼ ଅଚେତନ ମଧ୍ୟରେ…

ଜୀବନ୍ୟାସ…

ଜୀବନ୍ୟାସ ସୁଶିର କୁମାର ସ୍ଵାଇଁ ପ୍ରେମ – ଏକ ଅଷାଢ଼ୁଆ ବର୍ଷା ଟୋପା ପାଣି କେତେବେଳେ ଦେହକୁ ଭିଯାଏ ପୁଣି କେତେବେଳେ ଭିଜାଏ ମନକୁ ଛପି ଛପି କାବୁ କରିଦିଏ ସାରା ଦେହ ଆଉ ମନ । ପ୍ରେମିକ ମୁଁ କୁଟା ଖିଅଟିଏ ପ୍ରେମିକାର ଉଜାଣି ନଈରେ, ସରିନାହିଁ ସନ୍ତରଣ ଏପର୍ଯ୍ୟନ୍ତ ତା…

ଛାତିଏ ଜହ୍ନରାତି…

ତୁମକୁ ପାଇବି ବୋଲି ଛୁଇଁଲି ଅନ୍ଧାରକୁ ମଜ୍ଜିଲି ପ୍ରେମରେ ବିତେଇଲି ତମ ସହ ରାତି ରାତି ଶୋଇଲି ତମ କୋଳରେ ନିଜର କଲି ନିରବ ମୂହୁର୍ତ୍ତ ମାନଙ୍କୁ ଅସହାୟ ଦିଶୁଥିବା ତାରା ମାନଙ୍କୁ ବୁଝେଇଲି ଅନ୍ଧାରର ଉଷ୍ମ ଚେତନାକୁ ଉପଭୋଗ କଲି ମନଭରି । ହଜିଲି ମୁଁ ନିବିଡ଼ ଶିହରଣରେ ହଜିଲି…

ବୋଉ – ଏକ ଦେବୀଟିଏ

ବୋଉ – ଏକ ଦେବୀଟିଏ ସୁଶିର କୁମାର ସ୍ୱାଇଁ ଧ୍ୟାନମଗ୍ନ ଋଷି ପରି ବୋଉ ମୋର ସବୁଦିନେ ଆମପାଇଁ ଅତ୍ୟନ୍ତ ଗମ୍ଭୀର ସତେ ଅବଅବା ଜାନୁଆରୀ ସକାଳର ମେଞ୍ଚାଏ କାକର । ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା ପିଉଥାଏ ଧୂ ଧୂ ଖରାର ଜହର ତା ଛାତିରେ ଆଙ୍କିଅଛି କେତେ ମୁହିଁ ପଦରେଖା ଚିତ୍ର ।…