ନଦୀ ଆଉ ନାରୀ…
ଶ୍ରୀକାନ୍ତ ଜେନା
ଯେଉଁ ନଦୀ କଳ କଳ ଛଳ ଛଳ ହୋଇ ବହୁଥିଲା
ପାଣିମୁନ୍ଦେ ଦୁଶେନାହିଁ ତପ୍ତ ବାଲୁକାରେ ଭରାଶଯ୍ୟା,
ନଦୀବି ମଣିଷ ପରି ସଂଖୋଳିଛି ସୁଖ ସାଥେ ଦୁଃଖ
ନିରୋଳା ସୁଖରେକା’ର ଦିନବିତେ ନପାଇକି ସଜ୍ଜା ?
ପରବତେ ପିତ୍ରାଳୟ ଭୁଲିଯାଇ ଅଛିଏ ତଟିନୀ
ଛୁଟିଛି ଅଣନିଶ୍ୱାସୀ ସାଗର ପ୍ରେମରେ ଅନ୍ଧୁଣୀ,
ଡେଇଁ ଡେଇଁ ଧାଇଁଛି ସେ’ ବିଲବଣ ଗିରି ଜନପଦ
କେହିତ ପାରିନି ବାନ୍ଧି ଅଟକାଇ ତା’ର ଜଳବେଣୀ ।
ନାରୀ ବି ତ’ ନଦୀ ପରି ଜୀଇଁଅଛି ତୁଟେଇ ବନ୍ଧନ
ବାପଘର ଭୁଲିଯାଇ ବିସ୍ମୃତିରେ ଦେଇଛି କବର,
ପହିଲୁ ପହିଲୁ କହେ ୟା’ଙ୍କ ଘର ଅଭିନୟ କରି
କିଛିଦିନ ପରେ ସିଏ କହେ ପୁଣି ଇଏ ଆମଘର ।
ନାରୀ ଆଉ ନଦୀ ଦୁହେଁ ଛଳଛଳ ଛଳନାରେ ଭରା,
ଦୁହେଁ ତ ବଢାନ୍ତି ତୃଷ୍ଣା ତୃଷାର୍ତ୍ତକୁ କରି ଆତ୍ମହରା ।
—————————————–
ପୁଣ୍ୟତୋୟା, ଧରିତ୍ରୀ ନଗର, ଭଦ୍ରକ, ମୋ- ୯୯୩୮୬୬୬୧୬୬
Comments are closed.