ସଂଘମିତ୍ରା ରାଏଗୁରୁ
ନା’ଟେ କହିହୁଏନି ବୋଲି
ବୁହେଇନିଏ ପାଣି
ଉଡେଇନିଏ ପବନ
ରାସ୍ତା ରୋକିବସେ ପଥର
ଫୁଲ ପାଲଟିଯାଏ କଣ୍ଟା
ଉଜୁଡିଯାଏ ଅଯୋଧ୍ୟା
ଯୁଗେ ଯୁଗେ ସୀତାଙ୍କୁ ଛଳୁଥାଏ
ରାବଣର ଥାଳ
ନା’ ଟେ କହିହୁଏନି ବୋଲି
ଅନ୍ଧ ହୋଇଯାଏ ମୁହୂର୍ତ୍ତ
ଚଡକିଯାଏ ଆଇନାର କାଚ
ସୁଖରେ ମିଶିଯାଏ ଦୁଃଖର ବୟସ
ଗୋଟି ଗୋଟି କରି ବିକ୍ରି ହୋଇଯାଏ ସବୁତିକ ଜହ୍ନ
ମନର ବଳାତ୍କାର କରେ ମନ
ଅନ୍ଧାର ହିଁ ଜାଳିଦିଏ ସ୍ୱପ୍ନର କାଇଁଚ
ନା’ ଟେ କହିହୁଏନି ବୋଲି
କାଠହଣା ଖୁମ୍ପିନିଏ ଜୀବନର କାଠ
ଓଳଟପାଲଟ ହୃଦୟର ପାଠ
ପାଣିରେ ଲାଗିଯାଏ ନିଆଁ
ଭାରି ଭିଡ ହଁ ର ହାଟ
ସମ୍ପର୍କରେ ପ୍ରେମର କୁହାଟ
ବୁଢିଆଣୀ ଜାଲରେ ଛଟପଟ
ଏ ଦେଶ ଏ ଦୁନିଆଁ ।।
ରାଞ୍ଚି, ଝାରଖଣ୍ଡ
Comments are closed.