କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ କଟକର ସାରଳା ଭବନଠାରେ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଡ. ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପଦ୍ମଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ କଥାଶିଳ୍ପୀ ଡ . ରାମଚନ୍ଦ୍ର ବେହେରାଙ୍କୁ ଚଳିତ ବର୍ଷର ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଉତ୍ସବରେ ଡ଼ା. ନିରଞ୍ଜନ ତ୍ରିପାଠୀ, ଡ଼. ବିରଞ୍ଚି ନାରାୟଣ ସାହୁ, ଶ୍ରୀହର୍ଷ ରାଉତରାୟ , ବୈଷ୍ଣବ ଚରଣ ସାମଲ , ସରୋଜ ରଞ୍ଜନ ମହାନ୍ତି, ଡ଼ . ନଟବର ଶତପଥୀ, ଡା ନିମାଇଁ ଚରଣ ପରିଡ଼ା , ନିରଦ ଗଚ୍ଛାୟତ , ଅପର୍ଣ୍ଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସଚ୍ଚି ରାଉତରାୟ ଜଣେ ଜୀବନଧର୍ମୀ କବି ଓ ଓଡ଼ିଆ କବିତାରେ ସେ ଜଣେ କ୍ରାନ୍ତିକାରୀ ସାରସ୍ୱତ ସ୍ରଷ୍ଟା ବୋଲି ମତ ପ୍ରକାଶ ପାଇଥିଲା।
Comments are closed.