Latest Odisha News

BREAKING NEWS

ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ଗେହଲଟ-ପାଇଲଟ୍ କଳି ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ କାମ କରିବାକୁ ରାଜି ନୁହନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ପାଇଲଟଙ୍କ ବିଦ୍ରୋହ ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ସଂକଟ ଘନେଇଛି । ଆଜିର ଦିନ ଗେହଲଟ୍ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସକାଳ ୧୦ଟାରୁ ୧୧ଟା ଭିତରେ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସବୁ ବିଧାୟକଙ୍କୁ ହାଜର ହେବାକୁ ହ୍ୱିପ୍ ଜାରି କରିଛି କଂଗ୍ରେସ । ଦଳୀୟ ହ୍ୱିପର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ହେବ । ବୈଠକକୁ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକ  ନଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ ।

ଗତକାଲି ବିଳମ୍ବିତ ରାତି ପାଖାପାଖି ସାଢ଼େ ଦୁଇଟାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଦଳ କହିଛି ଗେହଲଟ ସରକାର ପ୍ରତି ୧୦୯ ବିଧାୟକଙ୍କ ସମର୍ଥନ ଅଛି । ଏହାସହ ବିଜେପି ଉପରେ ବର୍ଷିଛି କଂଗ୍ରେସ । ଅଭିଯୋଗ ଆଣିଛି, ସାରା ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ବିଜେପି ବିଭିନ୍ନ ରାଜ୍ୟରେ ସରକାରକୁ ଅସ୍ଥିର କରିବା କାମରେ ଲାଗିଛି ।

Leave A Reply

Your email address will not be published.