Latest Odisha News

BREAKING NEWS

ମୁଣ୍ଡ ପୂରାଇଲେ ରାହୁଲ-ପ୍ରିୟଙ୍କା, ମାନିଲେ ସଚିନ୍ ପାଇଟଲ୍

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଂକଟରେ ପଡ଼ିବ ଯବନିକା । ମାନିଗଲେ ସଚିନ ପାଇଲଟ୍ । ପୁରୁଣା ମାନ ଅଭିମାନ ଛାଡ଼ି କଂଗ୍ରେସ ହିତ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ । ରାଜସ୍ଥାନରେ କଂଗ୍ରେସ ସରକାରର ସ୍ୱାର୍ଥ ଦିଗରେ କାମ କରିବେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟି ଦିଲ୍ଲୀରେ ଆଲୋଚନା ପରେ ଏକଥା କହିଛନ୍ତି ସଚିନ ପାଇଲଟ୍ ।

ରାଜସ୍ଥାନରେ ସଚିନ ପାଇଲଟ୍ ଓ ବିଦ୍ରୋହୀ କଂଗ୍ରେସ ବିଧାୟକ ଉଠାଇଥିବା ଅଭିଯୋଗର ତଦନ୍ତ କରିବା ପାଇଁ ସୋନିଆ ଗାନ୍ଧି ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସହ ସଚିନ ସ୍ପଷ୍ଟ, ଅବାଧ ଓ ନିର୍ଣ୍ଣାୟକ ଆଲୋଚନା କରିଥିଲେ ।

ଆସନ୍ତା ୧୪ ତାରିଖରୁ ରାଜସ୍ଥାନ ବିଧାନସଭା ଅଧିବେଶନ । ତାପୂର୍ବରୁ ଡ୍ୟାମେଜ କଣ୍ଟ୍ରୋଲ ସହ ରାଜସ୍ଥାନ ହାଇଡ୍ରାମାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ପ୍ରୟାସ କରିଥିଲେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ।

ଗତ ମାସରୁ ରାଜସ୍ଥାନରେ ଅଶୋକ ଗେହଲଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଥିଲା । ଦୁଇ ଦୁଇ ଥର କଂଗ୍ରେସ ବିଧାୟକ ଦଳ ବୈଠକକୁ ଆସିଥିଲେ ସଚିନ ପାଇୱଟ୍ ଓ ତାଙ୍କୁ ସମର୍ଥନ ଦେଉଥିବା ବିଧାୟକ । ଏହାପରେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ପିସିସି ସଭାପତି ପଦରୁ ବରଖାସ୍ତ କରିଥିଲା କଂଗ୍ରେସ ।

Leave A Reply

Your email address will not be published.