Latest Odisha News

BREAKING NEWS

ଷ୍ଟିଭ୍ ସ୍ମିଥଙ୍କୁ କେମିତି କରିବେ ଆଉଟ୍ ? ସଚିନ୍ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବୋଲରଙ୍କୁ ଗୁରୁମନ୍ତ୍ର । ଷ୍ଟିଭ୍ ସ୍ମିଥଙ୍କୁ କିପରି ଆଉଟ କରିବେ ସେନେଇ ଟିପ୍ସ ଦେଇଛନ୍ତି ସଚିନ । ପାରମ୍ପରିକ ବଲିଂ ଶୈଳୀଠାରୁ ଅଲଗା ବୋଲିଂ କରିବାକୁ ପଡ଼ିବ । ବ୍ୟାଟ୍ସମ୍ୟାନଙ୍କୁ ପଞ୍ଚମ ଷ୍ଟମ୍ପ ଲାଇନରେ ବୋଲିଂ କରିବାକୁ ହେବ । ସ୍ପଟ୍ ଫିକ୍ସିଂ କାରଣରୁ ସ୍ମିଥ୍ ୨୦୧୮-୧୯ରେ ହୋଇଥିବା ସିରିଜ୍ ବାହାରେ ଥିଲେ । ଚଳିତ ସିରିଜରେ ଏହାର ଭରଣା କରିବାକୁ ଚାହିଁବେ ସ୍ମିଥ୍ । ଭାରତ ବିପକ୍ଷରେ ସ୍ମିଥ୍ ୬ଟି ସେଞ୍ଚୁରୀ କରିଛନ୍ତି ।

ସଚିନ କହିଛନ୍ତି ସ୍ମିଥଙ୍କ ଖେଳିବା ଶୈଳୀ ଅଣପାରମ୍ପରିକ । ସାଧାରଣତଃ ବୋଲରଙ୍କୁ ଅଫ ଷ୍ଟମ୍ପ କିମ୍ବା ଚତୁର୍ଥ ଷ୍ଟମ୍ପ ଲାଇନରେ ବୋଲିଂ କରିବାକୁ କୁହାଯାଇଥାଏ । ହେଲେ ସ୍ମିଥ୍ ବ୍ୟାଟିଂ ବେଳେ ମୁଭ କରିଥାନ୍ତି । ଏଥିପାଇଁ ତାଙ୍କୁ ବୋଲିଂ ଲାଇନରୁ ୪-୫ ଇଞ୍ଚ ଆଗରେ ବୋଲିଂ କରିବା ଉଚିତ । ଚତୁର୍ଥ କିମ୍ବା ପଞ୍ଚମ ଷ୍ଟମ୍ପ ମଧ୍ୟରେ ଲାଇନ୍ ଅପରେ ବୋଲିଂ କରିବା ଆବଶ୍ୟକ । ଅଫ୍ ଷ୍ଟମ୍ପ ବାହାରେ ତାଙ୍କର ପରୀକ୍ଷା ନେବା ଆବଶ୍ୟକ । ତାଙ୍କୁ ବ୍ୟାକଫୁଟରେ ରଖି ପ୍ରଥମରୁ ଯେପରି ଭୁଲ କରିବେ ସେଥିପାଇଁ ପ୍ରୟାସ କରିବା ଆବଶ୍ୟକ । ଭିତରକୁ ସ୍ବିଙ୍ଗ ହେଉଥିବା ବଲ ଅଧିକ ପ୍ରଭାବଶାଳୀ ରହିବ ନାହିଁ ।  ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ମଧ୍ୟ ବେଳେ ଡ୍ୟୁକ ବଲ ସ୍ବିଙ୍ଗ କରେ ନାହିଁ ।

ସଚିନ କହିଛନ୍ତି ଆଟାକିଂ ବୋଲିଂ ସହିତ, ଯିଏ ଗୋଟିଏ ପଟୁ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାକୁ ଦେବ ନାହିଁ ସେପରି ବୋଲର ଚିହ୍ନଟ କରିବାକୁ ହେବ । ଲଗାତର ମେଡେନ ଓଭର ପକାଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବା ଉଚିତ ବୋଲି ସଚିନ କହିଛନ୍ତି ।

Leave A Reply

Your email address will not be published.