Latest Odisha News

BREAKING NEWS

ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଏଥିପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହଣ ୪ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡିଛି । ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । 

ମହାପ୍ରଭୂଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଆରମ୍ଭ କରାଯିବ । ହିଙ୍ଗୁଳ, ହରିତାଳ, କେଶର, କର୍ପୁର, ଶଙ୍ଖ, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯାଇ ପ୍ରାକୃତିକ ଉପାୟରେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରାଯିବ । ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୂଙ୍କ ଦ୍ବାର ବନ୍ଦ ରହିବ । 

ପ୍ରତି ମାସରେ ହାରହାରି ଦୁଇଥର ଶ୍ରୀଜିଉଙ୍କର ବନକଲାଗି ହୋଇଥାଏ । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ ।

Leave A Reply

Your email address will not be published.