Latest Odisha News

BREAKING NEWS

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି ଯେ,’କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରାଯିବ । ମୁଖ୍ୟ ଫାଟକ ଓ ଅନ୍ୟ ଫାଟକରେ କଡାକଡି ଯାଞ୍ଚ ହେବ । ଆଇକାର୍ଡ ନ ଥିଲେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ଭିତରକୁ ଛଡାଯିବ ନାହିଁ ।’

ଗତକାଲିର ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । କୁଳପତିଙ୍କ ଅଫିସ ଆଗରେ ଛାତ୍ରମାନେ ଧାରଣାରେ ବସିଛନ୍ତି । ପୋଲିସ ସେମାନଙ୍କୁ ବୁଝାସୁଝା କରୁଛି ।

ଗତକାଲି ରାତିରେ ହଷ୍ଟେଲରେ ବିଭିନ୍ନ ସମସ୍ୟା ଥିବା ନେଇ କିଛି ଛାତ୍ର କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରତିବାଦରେ ରାତିରେ ଛାତ୍ରମାନେ ଗୋପବନ୍ଧୁ ହଷ୍ଟେଲ ଆଗରେ ଧାରଣା ଦେଇଥିଲେ ।

Leave A Reply

Your email address will not be published.