Latest Odisha News

BREAKING NEWS

କରନ ଜୋହରଙ୍କ ବିରୋଧରେ କହିବାରୁ ପାକିସ୍ତାନରୁ ଆସିଲା ଧମକ

ନୂଆଦିଲ୍ଲୀ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ବିରୋଧରେ ଅଭିଯୋଗ କରିବାରୁ ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଅଧ୍ୟକ୍ଷ ତଥା ଶିରୋମଣୀ ଅକାଳୀ ଦଳ ନେତା ମନଜିନ୍ଦର ସିଂହ ସୀର୍ସାଙ୍କୁ ଏମିତି ଫୋନ୍ କଲ୍ ଆସିଥିଲା । ଏନେଇ ସେ ପଞ୍ଜାବୀ ବାଗ ଥାନାରେ ଅଭିଯୋଗ କରିଛନ୍ତି ।

ମନଜିନ୍ଦର ନିକଟରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ କରନ ଜୋହରଙ୍କ ଘରେ ହେଉଥିବା ପାର୍ଟିର ଏକ ପୁରୁଣା ଭାଇରାଲ୍ ଭିଡିଓ ଦେଇ ଅଭିଯୋଗ କରିଥିଲେ । ଯେଉଁଠାରେ ଦେଖିବାକୁ ମିଳିଥିଲା ନିଶାରେ ଚୁର ଥିଲେ ବଲିଉଡର ବହୁ ନାମିଦାମୀ ସେଲିବ୍ରିଟି ।

ମନଜିନ୍ଦର ଅଭିଯୋଗ କରିଛନ୍ତି, ଏନସିବିରେ ଅଭିଯୋଗ ପରେ ତାଙ୍କୁ ପାକିସ୍ତାନର ଏକ ମୋବାଇଲ୍ ନମ୍ୱରରୁ ଫୋନ୍ କଲ୍ ଆସିଥିଲା । ଏନସିବିରୁ ଅଭିଯୋଗ ପ୍ରତ୍ୟାହାର ପାଇଁ ଧମକ ଦେଇଥିଲା ଦୁର୍ବୃତ୍ତ । ଫୋନ୍ କରିଥିବା ବ୍ୟକ୍ତି କହିଥିଲା ତା ନାଁ ଓ୍ୱାସିମ୍ । ମନଜିନ୍ଦରଙ୍କୁ କହିଥିଲା, ଭାଇ କହିଛନ୍ତି କରନ ଜୋହରଙ୍କ ବିରୋଧରେ କରିଥିବା ଅଭିଯୋଗ ପ୍ରତ୍ୟାହର କର । ନହେଲେ ପରିଣାମ ଗମ୍ଭୀର ହେବ ।

Leave A Reply

Your email address will not be published.