Latest Odisha News

BREAKING NEWS

ପୁଣି ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେନଶ । ତେବେ ଏହା ପୂର୍ବରୁ କରୋନା କବଳରେ ମନ୍ତ୍ରୀ ଓ ବିଧାୟକ । ଏବେ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଗତକାଲି ବିଧାନସଭା ପରିସରରେ ୨୫ ବିଧାୟକଙ୍କ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ଆଜି ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ପୂର୍ବରୁ ପରୀକ୍ଷାର ପ୍ରଥମ ଦିନରେ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଦ୍ୱିତୀୟ ଦିନରେ ୧୨ ଜଣଙ୍କ ଦେହରେ ଭୂତାଣୁ ଥିବା ଜଣାପଡିଥିଲା । ଗତକାଲି ଆଉ ୫ ଜଣ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିିଛି । ଏହାକୁ ମିଶାଇ ମୋଟ ୧୯ ଜଣ ମନ୍ତ୍ରୀ ଓ ବିଧାୟକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.