ଫ୍ରାଙ୍କ୍ଫର୍ଟ : ବିବାହ ପରେ ପ୍ରତ୍ୟେକ ମହିଳା ମାଆ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ ହେବାର ଅନୁଭୂତି ଖାସ୍ ହୋଇଥାଏ । ସେଥିଲାଗି ନିଜର ଏହି ଖୁସିର ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବା ପାଇଁ ଆଜିକାଲି ଅନେକ ଫଟୋଶୁଟ୍ କରୁଛନ୍ତି । ତେବେ ନିକଟରେ ଫ୍ରାଙ୍କ୍ଫର୍ଟର ଜଣେ ମହିଳା ମା’ ହେବାର ଖୁସିକୁ ନିଆରା ଢଙ୍ଗରେ ସେଲିବ୍ରେଟ୍ କରିଛନ୍ତି । ସେ ମାଆ ହେବା ଦୁଃଖ ପ୍ରକାଶ କରି ଫଟୋଶୁଟ କରାଇଛନ୍ତି, ଯେଉଁଥିରେ ସେ କଳାରଙ୍ଗର କପଡ଼ାରେ ନଜରକୁ ଆସିଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
୨୩ ବର୍ଷୀୟା ଚେରିଡନ୍ ଲଗ୍ସଡନ୍ ନାମ୍ନୀ ମହିଳା ଫ୍ରାଙ୍କ୍ଫର୍ଟ ଲୁଇସାବଲରେ ରୁହନ୍ତି । ଏବେ ସେ ଖୁବ୍ ଚର୍ଚ୍ଚାରେ । ଖୁବ୍ଶୀଘ୍ର ସେ ମାଆ ହେବାକୁ ଯାଉଛନ୍ତି । ଏଇ ମାଆ ହେବାର ଖୁସିକୁ ସେ ନିଆରା ଢଙ୍ଗରେ ସେଲିବ୍ରେଟ୍ କରିଛନ୍ତି । ଆଉ ସେଲିବ୍ରେଟ୍ ସମୟର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏହି ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ସେ କଳାରଙ୍ଗର ପୋଷାକ ପିନ୍ଧିବା ସହ ମୁହଁରେ ନକାବ ପକାଇଛନ୍ତି । ଆଉ କିଛି ଫଟୋରେ ସେ ଆଖିରୁ ଲୁହ ପୋଛିବା ଓ ଅନ୍ୟ କିଛି ଫଟୋରେ ହାତରେ ସୋନୋଗ୍ରାଫିର କିଛି ଫଟୋ ମଧ୍ୟ ଧରିଥିବା ନଜରକୁ ଆସିଛନ୍ତି ।
ଚେରିଡନ୍ କହିଛନ୍ତି ଯେ, ମୁଁ ଆସନ୍ତା ଅକ୍ଟୋବରରେ ମା’ ହେବାକୁ ଯାଉଛନ୍ତି । ଏହାକୁ ନେଇ ମୁଁ ବହୁତ ଉତ୍ସାହୀ ଅଛି । ତେଣୁ ଏପରି ଫଟୋଶୁଟ କରିବା ଅତ୍ୟନ୍ତ ଜରୁରୀ ଥିଲା । ଏପରି ଫଟୋଶୁଟ୍ କରି ମୁଁ ମା’ ହେବାର ପୂର୍ବ ଜୀବନକୁ ବିଦାୟ ଦେଇଛି । ତାକୁ ରିପ୍ କହିବାକୁ ମଧ୍ୟ ମୁଁ ଅନ୍ତିମ ସଂସ୍କାରର ଥିମ୍ ରଖିଛିି ବୋଲି କହିଛନ୍ତି । ଏପରି ଫଟୋକୁ ଦେଖିବା ପରେ ଅନେକ ପସନ୍ଦ କରିଥିବାବେଳେ ଆଉ କିଛି ନାପସନ୍ଦ କରିଛନ୍ତି ।
Comments are closed.