Latest Odisha News

ବିଜେଡିରୁ ଇସ୍ତଫା ଦେଲେ ସାଧୁ ନେପାକ

ବରଗଡ଼: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ । ସେ ଆଜି ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିଥିବା ନେଇ ସେ କହିଛନ୍ତି । ଯାହାକୁ ନେଇ ସେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଛନ୍ତି ନେପାକ ।

ସୂଚନାଯୋଗ୍ୟ, ଗତ ୨୦୦୯ ନିର୍ବାଚନରେ ବରଗଡ଼ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସାଧୁ ନେପାକ । ଏହାପରେ ସେ କଂଗ୍ରେସ ଛାଡି ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ ନେପାକ । ତେବେ ବର୍ତ୍ତମାନ ସେ କେଉଁ ଦଳରେ ସାମିଲ ହେବେ ତାହାର ସୂଚନା ଦେଇନାହାନ୍ତି ।

 

Comments are closed.